oom

ଜୁନିଅର ରେଡକ୍ରସ କାଉନସିଲରମାନଙ୍କ ତାଲିମ ଶିବିର ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱରର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ କାଉନସେଲରମାନଙ୍କ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଭବିଷ୍ୟତ ଜୀବନରେ ରେଡକ୍ରସ ମନ୍ତ୍ରରେ ଦୀକ୍ଷିତ ହୋଇ ପରାମର୍ଶଦାତାମାନେ ସମାଜର ବିକାଶରେ ଦେଶକୁ ଆଗେଇ ନେବା ସହ ରେଡକ୍ରସର ମୌଳିକ ନୀତି ଅନୁ୍‌ଯାୟୀ କାମ କରିବା ପାଇଁ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ସନାତନ ଠାକୁର ନିଜ ବକ୍ତବ୍ୟରେ ରେଡକ୍ରସର ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱବନ୍ଧୁତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାସ ଚନ୍ଦ୍ର ପଟେଲ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେବା କରିବା ପାଇଁ ରେଡକ୍ରସ ସବୁବେଳେ ଅନୁପ୍ରେରିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ରାଜ୍ୟ ସାଧନକର୍ମୀ ବିକାଶ ସାହୁ କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ବିବରଣୀ ପଠନ ଓ ଧନ୍ୟବାଦ ଦେଇଥିଲେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୩୦ ଜଣ କାଉନସିଲର୍‌ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରରେ ଜୁନିୟର ରେଡକ୍ରସ ଅଫିସର ସୁବାଷ ପଟେଲ, ରାଜ୍ୟ ସାଧନକର୍ମୀ ବିକାଶ ସାହୁ, ଶରତ ମେହେର, ରବୀନ୍ଦ୍ର ଠେଟୁଆଲ, ଘନଶ୍ୟାମ ମେହେର, ଦେବାନନ୍ଦ ଦାଶ, ରାମ ନାରାୟଣ ଦାଶ, ରଶ୍ମୀ ରାଣୀ ଦାଶ, ଦୁର୍ଯ୍ୟୋଧନ ପଶାୟତ, ଅରବିନ୍ଦ କୁମ୍ଭାର ପ୍ରମୁଖ କାଉନସିଲରମାନଙ୍କୁ ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଫାଷ୍ଟ-ଏଡ୍‌, ଆକସ୍ମିକ ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ସଚେତନତା, ରାସ୍ତା ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ନେତୃତ୍ୱ ବିକାଶ, ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା, ସାଂସ୍କୃତିକ ଆଦାନ ପ୍ରଦାନ, ସେବା ଉନ୍ନୟନ, ଲାଇଫ-ସ୍କିଲ, ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଥିଲେ । ବ୍ଲଡ ବ୍ୟାଙ୍କ ତରଫରୁ ଶେଖ ଅସରଫ ରକ୍ତଦାନ ସମ୍ପର୍କରେ, ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଶିଶୁ ସୁରକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ କାଉନସିଲର ରଞ୍ଜିତ ମିଶ୍ର, ହେମନ୍ତ ପ୍ରଧାନ ଓ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.