csstore

ଛତ୍ରପୁର ପୌରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

• ଯଥାଶୀଘ୍ର ଛତ୍ରପୁର ଏନ୍.ଏ.ସି.କୁ ମ୍ୟୁନିସିପାଲଟି ପାଇଁ ପଦକ୍ଷେପ ନିଆଯିବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବୁଧବାର କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସର୍ବପ୍ରଥମେ ତାଙ୍କୁ ଅଧ୍ୟକ୍ଷା ପଦବୀରେ ଆସନ ଅଳଙ୍କୃତ କରିବା ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ଆସନ ଅଳଙ୍କୃତ କରାଇଥିଲେ । ପରେ ପରେ ଷ୍ଟାଫ ଓ ଅନ୍ୟ ବନ୍ଧୁମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ସମ୍ବର୍ଦ୍ଧିତ କରିଥିଲେ । ପୌର ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ କୁମାର ମିଶ୍ର, ଶର୍ମିଷ୍ଠାଙ୍କ ପତି ସମାଜସେବୀ କେ.ଚନ୍ଦ୍ର ଶେଖର ରେଡ୍ଡୀ, ବିଜେପି ନେତା ପ୍ରଶାନ୍ତ କର, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଛତ୍ରପୁର ବାର୍‌ ଆସୋସିଏସନ୍‌ର ସଭାପତି ପ୍ରଦୀପ ପାଢ଼ୀ, ବିଜେପି ନେତା ସଞ୍ଜିତ ରାଉଳ, ବସନ୍ତ ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, କେ.ରମାରାଓ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ଖୁବଶୀଘ୍ର ଜିଲ୍ଲା ମହକୁମା ଛତ୍ରପୁରକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କଠାରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ବୋଲି ନବନିର୍ବାଚିତ ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ସହରର ବହୁବିଧ ଉନ୍ନତି ସାଂଗକୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପୌରଅଧ୍ୟକ୍ଷା ଶର୍ମିଷ୍ଠା ମତବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.