jayashree

ଡଙ୍ଗର ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାକୁ ଉପଭୋଗ କଲେ ହଜାର ହଜାର କଳାପ୍ରେମୀ ଦର୍ଶକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଫକୀର ପଟ୍ଟନାୟକ ମୁକ୍ତମଂଚରେ ଚାଲିଥିବା ରାଜ୍ୟସ୍ତରୀୟ “ଡଙ୍ଗର ମହୋତ୍ସବର ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଜନଜାତିର ନୃତ୍ୟଗୀତ ପରିବେଷିତ ହୋଇଛି । ଆଜିର ସାଂସ୍କୃତିକ ସଂଧ୍ୟାରେ ସୁବର୍ଣ୍ଣପୁର, କୋରାପୁଟ, ଫୁଲବାଣୀ, ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାର କଳାକାରମାନେ ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରିଛନ୍ତି । ଦ୍ୱିତୀୟ ଦିନର ମଂଚରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁପାର ଠେଲା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଲାମଣି ପଟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଦିବାସୀ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ସଂଯୋଜନାରେ ଚାଲିଥିବା ଡଙ୍ଗର ମହୋତ୍ସବର ନୃତ୍ୟଗୀତକୁ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି ।

Leave A Reply

Your email address will not be published.