oom

ବଲାଙ୍ଗିର ଜିଲ୍ଲାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଗାଇନୋଲୋଜିଷ୍ଟ ସମ୍ମିଳନୀ ଗୃହ ଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ କରାଯାଇଛି । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ସ୍ନେହଲତା ସାହୁ, ଜିଲ୍ଲା ମୁଖ୍ୟ ଯକ୍ଷ୍ମା ଅଧିକାରୀ ଡ଼. ସିଧେଶ୍ୱର ମାଝି, ବରିଷ୍ଠ ଯକ୍ଷ୍ମା ଚିକିତ୍ସକ ଡ଼. ଗିରିଜା ଶଙ୍କର ଉଦଗାତା, ଆସିଷ୍ଟାଣ୍ଡ ପ୍ରଫେସର ଡ଼.ସସ୍ମିତା ମେହେର, ଡ଼. ଶଶୀକାନ୍ତ ଦାସ, ଡ଼. କିସକୋ, ସିଏମ୍‌ଇ ଜୁନିୟର ଡାକ୍ତର, ଏସ୍‌ଆର ଡାକ୍ତର, ଶୋମ୍ୟାଶୀ ମିଶ୍ର, ଜ୍ୟୋତିମୟ ସରାଫ, ରଶ୍ମିକାନ୍ତ ବାଗ, ସୁନିଲ ମିଶ୍ର, ବିଶ୍ଵ ମୋହନ ସିଂ, ରାଜେନ୍ଦ୍ର ମହାରଣା, ଜୟନ୍ତୀ ମେହେର ଓ ବିଭିନ୍ନ ବିଭାଗର ଅଧିକାରୀ, ସହରାଞ୍ଚଳ ହସ୍ପିଟାଲର ଦିଦି, ଏନ୍‌ଏମ୍‌ ଦିଦି, ସହରର ବିଭିନ୍ନ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ସଭାରେ ସିଡି ଏମ୍‌ଓ ଡ଼. ସାହୁ କହିଥିଲେ ଯେ, ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗକୁ ଆମ ସମାଜରୁ ତଥା ସମଗ୍ର ଦେଶରୁ ମୂଳପୋଛ କରାଯିବ ତା ପ୍ରତି ସମସ୍ତଙ୍କର ସହଯୋଗରେ ସମ୍ଭବ ହେଇପାରିବ । ସେହିପରି ଜିଟିଓର ଡ଼. ମାଝୀ କହିଥିଲେ ଯକ୍ଷ୍ମା ରୋଗ ବର୍ତ୍ତମାନ ଜିଲ୍ଲାର ସ୍ଥିତି କିପରି ଅଛି ଜଣାଇଥିଲେ ଏବଂ ସମସ୍ତଙ୍କର ପ୍ରଚେଷ୍ଟାରେ ଏହି ରୋଗକୁ ଆମ ସମାଜରୁ ଦୂରୀକରଣ କିପରି ସଫଳ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ମନ୍ତ୍ୟବ ଦେଇଥିଲେ । ଏହି ଅବସରରେ ପୁରା ଜିଲ୍ଲାରେ ଗୋଟିଏ ଯକ୍ଷ୍ମା ଓ ଏଚଆଇଭି ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଶେଷରେ ଜୟନ୍ତୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.