pakka

ଗଣ୍ତାବାହାଲିରେ ବିଶ୍ୱ ନାଟ୍ୟ ଦିବସ ପାଳନ

bbehera

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅର୍ନ୍ତଗତ ଗଣ୍ତାବାହାଲିଠାରେ ରାମଗଡ଼ ବିକାଶ ପରିଷଦ ଆନୁକୂଲ୍ୟରେ ରବିବାର ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଏ ଅବସରରେ ରାମଗଡ଼ ବିକାଶ ପରିଷଦର ସଭାପତି ପଙ୍କଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଂଚ କୌଶଲ୍ୟା ମେହେର, ମୁଖ୍ୟବକ୍ତା ଭାବରେ ନାଟ୍ୟକାର ଜିତୁ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଡଃ. ପଦ୍ମଲୋଚନ ବର୍ମା, ସୁନାରୀସିକୁଆଁ ସରପଂଚ ଭୋଲେଶ୍ୱରୀ ଦାସ ପ୍ରମୁଖ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପାଳାଗାୟକ ଅର୍ଜୁନ ଛତ୍ରିଆ, ବାସୁଦେବ ମେହେର, ରାହାସ ବିହାରୀ ମେହେର, ଦିବାକର ଖମାରୀ, ତ୍ରିନାଥ ମେହେର ମଂଚାସୀନ ଥିଲେ । ଅତିଥି ମାନେ ସାଧାରଣ ଜୀବନରେ ନାଟକର ସକରାତ୍ମକ ମହତ୍ୱକୁ ନେଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ବୈକୁଣ୍ଠ ତାଣ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ରାମଗଡ଼ ବିକାଶ ପରିଷଦର ସଂପାଦକ ତଥା ଯୁବ କଳାକାର ଭୀଷ୍ମରାଜ ମେହେର ସଂପାଦକୀୟ ବିବରଣୀ ପଠନ କରିଥିଲେ । ଏ ଅବସରରେ କଳାହାଣ୍ତିରୁ ଆସିଥିବା ପାରମ୍ପରିକ ମାଦଲୀ ନାଚ ନଗର ପରିକ୍ରମା କରିବା ସହ ମଂଚରେ ପରିବେଷଣ କରାଯାଇଥିଲା । ଏଥିସହ ଧର୍ମେଶ ଡ୍ୟାନ୍ସ ଏକାଡ଼େମୀ ଦ୍ୱାରା ନୃତ୍ୟ, ପ୍ରସିଦ୍ଧ ପାଳାଗାୟକ ଅର୍ଜୁନ ଛତ୍ରିଆଙ୍କ ପାଳା ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା “ଗଡ଼ ସୁନ୍ଦରୀ ଗଡ଼େନ୍” ନାଟକ ପରିବେଷଣ କରାଯାଇଥିଲା । ନାଟ୍ୟକାର ଜିତୁ ପଟ୍ଟନାୟକଙ୍କୁ ଏ ଅବସରରେ ପରିଷଦ ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ଦଳଗଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମ ସଫଳତାରେ ‘ଜାଗୃତି ମଣ୍ତଳୀ’ ଓ ରାମଗଡ଼ ବିକାଶ ପରିଷଦର ସଦସ୍ୟଙ୍କ ସହ ଗଣ୍ତାବାହାଲି ଗ୍ରାମବାସୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

20 − eleven =