csstore

ବରପାଲି ମହାବିଦ୍ୟାଳୟରେ ସ୍ଵାଗତ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ମୁଖ୍ୟ ବିଦ୍ୟାଧର ଚିନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ବରିଷ୍ଠ ଗ୍ରନ୍ଥାଗାରିକ ଅଶ୍ଵିନୀ ସାହୁଙ୍କ ସହିତ ବିଭାଗୀୟ ଅଧ୍ୟପାକ ଅଲେଖ କୁମାର ମହାନନ୍ଦ, ଅଧ୍ୟାପିକା ଦେବଙ୍ଗିନୀ ସାହୁ, ସୀମା ଭୋଇ ମଞ୍ଚାସୀନ ଥିଲେ । ପୁରାତନ ଛାତ୍ର ଛାତ୍ରୀ ଅତିଥିମାନଙ୍କ ସହ ନବାଗତ ବିଦ୍ୟାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ମଞ୍ଚାସୀନ ଅତିଥିମାନେ ସେମାନଙ୍କର ଅଭିଭାଷଣରେ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ରଖିବା, ମହାବିଦ୍ୟାଳୟର ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ତଥା ଜୀବନର ପ୍ରତ୍ୟେକ ସ୍ତରରେ ସଫଳତାର ଶୀର୍ଷକୁ ପହଞ୍ଚିବାକୁ ଉଦ୍ୟମ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପରେ ନୂତନ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା । ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିଶେଷରେ ଛାତ୍ରୀ ଶ୍ୱେତା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନାରେ ବିଭାଗୀୟ ଛାତ୍ର ଛାତ୍ରୀ ସୁଶାନ୍ତ କୁମ୍ଭାର, ରଜତ ବେହେରା, ରାହୁଲ ମେହେର, ଶିବାନୀ ଭୋଇ, ଦୀପକ ଭୁଏ, ଶିଖା ତ୍ରୀପାଠୀ, ଚେତନା ଖମାରୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସହପାଠୀ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.