oom

ମହିଳା ଆରୋଗ୍ୟ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ରାଉରକେଲା ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୋଏଲନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମହିଳା ଆରୋଗ୍ୟ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ସ୍ୱାସ୍ଥ୍ୟ ପ୍ରବନ୍ଧକ ଆତିସ୍ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଏଲନଗର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ପରନ ହାସଁଦା ଓ ଗୋଷ୍ଠୀ ପରିଚାଳିକା ପ୍ରୀତିମୟୀ ଲେଙ୍କା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସମିତିର ଲକ୍ଷ୍ୟ ଓ ଏହାର କାର୍ଯ୍ୟ କିପରି ଅନ୍ୟମାନଙ୍କୁ ପ୍ରେରିତ କରିଛି ସେ ସଂପର୍କରେ ମତ ରଖିଥିଲେ । ଏହି ଅବସରରେ ୧୮ଟି ମାସ୍ ଗୃପ ନେହେରୁପାଲି ୧ବି, ଗୋଲ୍ଡ ଫିଲ୍ଡ ବସ୍ତି, ଜଗନ୍ନାଥପଲ୍ଲୀ ବି, ଆମ୍ଭାଗାନ ୧, ଶାନ୍ତିନଗର ବସ୍ତି ବି, କଲ୍ୟାଣୀ ବସ୍ତି, ପାର୍କ ବସ୍ତି, ମିଶ୍ର ଖଟାଲ, ନେହେରୁପାଲି ୨, ଶୁଭଦ୍ରା ବସ୍ତି, ଜଗଦ୍ଧାତ୍ରୀ ବସ୍ତି, ତୁମକେଲା, ଆଖଣ୍ଡଳମଣି ବସ୍ତି, ଆଇଜିଏଚ୍‌ କଲୋନୀ, ସେକ୍ଟର ୧୬ ଖଟାଲ ବସ୍ତି, ରୁଗୁଡି ବସ୍ତି, ହମିରପୁର ୧, ହମିରପୁର ୨ ଆଦି ମହିଳା ଆରୋଗ୍ୟ ସମିତିକୁ ପ୍ରଶଂସାପତ୍ର ସହ ୩ ହଜାର ଆର୍ଥିକ ପ୍ରୋତ୍ସାହନ ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ଏହି ଅବସରରେ ପ୍ରତ୍ୟେକ ଗୃପର ସଭାପତି ଓ ସଂପାଦିକା ମାନେ ନିଜର ଅଭିଜ୍ଞତା ଓ ମତ ବିନିମୟ କରିଥିଲେ । ଆଗାମୀ ଦିନରେ ବସ୍ତିମାନଙ୍କରେ ସ୍ୱଚ୍ଛତା, ମାସ୍କ ଓ ସାନିଟାରାଇଜର ବଣ୍ଟନ, ଟୀକାକରଣ, ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ । ଏହାସହ ମହିଳା ସ୍ୱାସ୍ଥ୍ୟ କର୍ମୀ, ମାସ୍କ ଓ ଆଶା କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମ୍ମେଳନକୁ ସମାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସୁପ୍ରିତୀ ବିଶୋଇ, ସଂଜୁକ୍ତା ଦାସ, ଶାନ୍ତିଲତା ଜେନା, ସସ୍ମିତା ପାଇକରାୟ, ରତ୍ନମାଳା ପ୍ରଧାନ, ଝିଲି ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.