ଆଗଲପୁରରେ ବିଭିନ୍ନ ସଂଗଠନ ତରଫରୁ ମଦ ବିକ୍ରି ବିରୋଧରେ ଅଭିଯାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ମଦ ବିକ୍ରିକୁ ବିରୋଧ କରି ଅନେକ ସଂଗଠନ ବିରୋଧ ପ୍ରଦର୍ଶନ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ମଦ ବିରୋଧୀ ସ୍ଲୋଗାନ ଦେଇ ଆଗଲପୁରର ବିଭିନ୍ନ ନାରୀ ସଂଗଠନ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଆଗଲପୁର ନାଗରିକ କମିଟି, ଆଗଲପୁର ମା’ ମାହେଶ୍ୱରୀ ସଂଗଠନ, ବହୁ ନାରୀ ସଂଗଠନ, ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ମା’ ବୁଢୀମା ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ଶ୍ରୀମତୀ ସୁଜାତା ମେହେର, ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର ସଂପାଦିକା ଶ୍ରୀମତୀ ସୁଜାତା ଛପର, ରିତା ଭରସାର, ଗରୁବାରୀ ବନଛୋର, ଆଗଲପୁର ନାଗରିକ କମିଟିର ରାଧାକାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ମେହେର, ଅଖିଳ କୁମାର ତ୍ରିପାଠୀ, କୃଷ୍ଣଚନ୍ଦ୍ର ମେହେର ଓ ମା’ ମାହେଶ୍ୱରୀ ସଂଗଠନର ସମସ୍ତ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ଠାରୁ ପ୍ରକାଶ ଯେ, ଆଗଲପୁରରେ ଦିନକୁ ଦିନ ମଦ ଯୋଗୁ ଚୋରି, ଡକାୟତି, ରାହାଜାନୀ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି । ଏହିସବୁ ବିଷୟରେ ଆଗଲପୁର ଫାଣ୍ଡି ଅଧିକାରୀଙ୍କୁ ଅବଗତ କରିବା ପାଇଁ ଫାଣ୍ଡିକୁ ଯାଇଥିଲୁ ହେଲେ ତାଂକୁ ଭେଟି ପାରିଲୁ ନାହିଁ । ଫୋନଯୋଗେ ତାଂକୁ ଯୋଗାଯୋଗ କରିବାରୁ ସେ ଏହିସବୁ ବିଷୟମାନଙ୍କରେ ଅବଗତ ଅଛନ୍ତି । ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.