ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗର ଅଭିନବ ପ୍ରୟାସ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଗ୍ରୀଷ୍ମଋତୁ ଆରମ୍ଭ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହି ନିଆଁ କବଳରେ ପଡି ଅନେକ ନିରୀହ ଜଙ୍ଗଲୀ ଜନ୍ତୁ ପ୍ରାଣ ହରାଇବା ସହିତ ଶତାଧିକ ହେକ୍ଟର ଜଙ୍ଗଲ ପୋଡି ନଷ୍ଟ ହୋଇଥାଏ । ଜୈବ ବିବିଧତା ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ତେବେ ଜଙ୍ଗଲରେ ନିଆଁ ଲାଗିବା ଅନେକ ସମୟରେ ମନୁଷ୍ୟକୃତ ହୋଇଥିବାରୁ ଏହାକୁ ରୋକିବା ପାଇଁ ଲୋଇସିଂହା ବନ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଆମ ଜଙ୍ଗଲ ଯୋଜନାର ଅଂଶ ବିଶେଷ ସ୍ୱରୂପ ଗ୍ରାମ୍ୟ ଜଙ୍ଗଲ ସନ୍ନିକଟ ଗାଁ ଗୁଡିକରେ ବନ ବିଭାଗ ପକ୍ଷରୁ ଗୀତିନାଟ୍ୟ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ପଶ୍ଚିମ ଓଡିଶାର ବିଶିଷ୍ଟ ଘୁଡୁକା ବାଦ୍ୟ କଳାକାର ବଡକା ସାନ ଓ ଗ୍ରୁପ ବିଭିନ୍ନ ଗ୍ରାମରେ ଗୀତିନାଟ୍ୟ ଓ ପଥପ୍ରାନ୍ତ ନାଟକ ଜରିଆରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଲୋକଙ୍କୁ ସଚେତନ କରାଇଥିଲେ । ଲୋଇସିଂହା ରେଞ୍ଜ ଅଧିକାରୀ ପାଉଲ ହରପାଲ, ଫରେଷ୍ଟର ଠଣସୁନ୍ଦର ଧରୁଆ, ଚିନ୍ମୟ କୁମାର ପଧାନ ପ୍ରମୁଖଙ୍କ ତତ୍ୱବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.