ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁଙ୍କ ତତ୍ୱାବଧାନରେ ଗତକାଲି ପଢନା ଲିଖ୍ନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହୋଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ସହିତ ସଂପୂର୍ଣ୍ଣ ସାକ୍ଷର କରିବା ଉଦ୍ଦେଶ୍ୟରେ ଏହି ନାଟକ ଅନୁଷ୍ଠିତ ହୋଇଥିଲା । ଯୁବ ଲେଖକ ଡ଼ିଲେଶ୍ୱର ରଣା ଏବଂ ବ୍ୟଙ୍ଗକବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ଦ୍ୱାରା ଲିଖିତ ଉକିଆ ନାକଟରେ ସୁଧୀର ଧଙ୍ଗଡ଼ାମାଝୀ, ଡ଼ିଲେଶ୍ୱର ରଣା, ବିରଞ୍ଚି ନାରାୟଣ ମୁଣ୍ଡ, ତ୍ରିନାଥ ଶ୍ୟାମ କୁମାର ଅଭିନୟ କରିଥିଲେ । ତଳସାଗରପଡ଼ା ଠାରେ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଅଏଁଲାପାଲି, ଉଲୁରୂପୀ ଏବଂ ନୁନପୁରଠାରେ ନାଟକକୁ ଅନେକ ଲୋକ ଦେଖିବା ସହିତ ସଚେତନ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଏବିଇଓ ବେଣୁଧର କୁମାର, ସିଆର୍ସିସି ସୁବୋଧ ଛତ୍ରିଆ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, କୁବେର ମହାଖୁଡ଼ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।