csstore

ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡ଼ିଓ ବିଶ୍ୱଜିତ ରାୟ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପହାନ, ୧୫ ନମ୍ବର ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବରିଷ୍ଟ ବିଜେଡି ନେତା ବଟକୃଷ୍ଣ ପଣ୍ଡା, ପୂର୍ବତନ ବ୍ଲକ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ପୋଇରାଶି ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ଼ି, ପୂର୍ବତନ ସମିତି ସଭ୍ୟ ୧୪ ନମ୍ବର ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି କୈଳାସ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଆର ଭାଗିରଥି ରେଡ଼ି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ପ୍ରମୁଖଙ୍କ ସହ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.