ପାକିସ୍ତାନରେ ରାଜନୈତିକ ବିଶୃଙ୍ଖଳା, ଇମ୍ରାନଙ୍କ ଚେୟାର୍‌ ଉପରେ ବିପଦ ଘନଉଛି

ଇସ୍‌ଲାମାବାଦ : ଗତ କିଛି ଦିନ ହେବ ପାକିସ୍ତାନରେ ରାଜନୈତିକ ବାତାବରଣ ଅତ୍ୟନ୍ତ ତିକ୍ତ ହୋଇପଡିଛି ଏବଂ ରାଜନୈତିକ ପରିବର୍ତ୍ତନର ଦୃଶ୍ୟ ସ୍ପଷ୍ଟ ହେବାରେ ଲାଗିଛି । ରାଜନୈକ ପର୍ୟ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ଉପରେ ବିରୋଧୀ ଦଳଙ୍କ ଚାପ ବଢ଼ିବାରେ ଲାଗିଛି । ଶାସକ ଦଳର ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରାୟ ୨୪ ଜଣ ସଦସ୍ୟ ମାର୍ଚ୍ଚ ୧୭ରେ ସିନ୍ଧ ହାଉସରେ ଆଶ୍ରୟ ନେଇଥିଲେ ଏବଂ ଘୋଷଣା କରିଥିଲେ ଯେ ସେମାନେ ନିଜ ଇଚ୍ଛାନୁସାରେ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବେ ।

ସଦସ୍ୟମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସିନ୍ଧ ହାଉସରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ସେମାନେ ଭୟ କରୁଛନ୍ତି ଯେ ଖାନ ସେମାନଙ୍କ ଆଭିମୁଖ୍ୟ ବଦଳାଇବା ପାଇଁ ହଇରାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରକାଶ ଥାଉକି, ଗୁରୁବାର ରାତି ଓ ଶୁକ୍ରବାର ଦିନ ସେମାନଙ୍କ ମଧ୍ୟରୁ କେତେକ ସିନ୍ଧ ହାଉସରୁ ବାହାରି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲେ, କାରଣ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ସେମାନଙ୍କୁ ହଇରାଣ କରିବାକୁ ଆସୁଥିଲେ ।

Leave A Reply

Your email address will not be published.