jayashree

ହରିଧ୍ଵନିରେ କମ୍ପିଲା ପାଟଣାଗଡ଼ ସହର : ଦୋଳ ଉତ୍ସବ ଓ ହରିହର ଭେଟ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ପାଟଣାଗଡ଼ ସହର ତଥା ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ପାଟଣାଗଡ଼ ସହର ଇଷ୍ଟ ଦେବ ଠାକୁର ତଥା ଅଚଂଳର ଇଷ୍ଟଦେବ ପାଟଣାଗଡ଼ ବଡ଼ପଡ଼ା ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀ ଶ୍ରୀ ରାଧାକୃଷ୍ଣ ଦେବ, ଶ୍ରୀ ଶ୍ରୀ ଦେବ, ଶ୍ରୀ କୃଷ୍ଣ ଦେବ, ନୃସିଂହ ପତିତପାବନ ଦେବ ଦୋଳ ବିମାନରେ ବସି ବାଣ, ବାଜା, ଆଲୋକ ମାଳାରେ ସୁସଜ୍ଜିତ ହୋଇ ତଥା ଘଣ୍ଟ ନାଦ ବାଦ୍ୟ, ଉଦଣ୍ଡ, ରଙ୍ଗିନ ସଂକିର୍ତନ ମଣ୍ଡଳୀ ସହିତ ହରି ବୋଲ ହୁଳହୁଳି ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ବାହାରି ପାଟଣାଗଡ଼ ଥାନା ସମ୍ମୁଖରେ ବସ୍‌ଷ୍ଟାଣ୍ଡ ଛକଠାରେ ନୀତିକାନ୍ତି ପୂଜାର୍ଚ୍ଚନା ସହ ହରି ଓ ହରଙ୍କ ଭେଟ ଅନୁଷ୍ଠିତ ହୋଇଥାଏ । ହରିହର ଭେଟ ପରେ ପରେ ହରି ଓ ହରଙ୍କଠାରେ ଲାଗି କରାଯାଇଥିବା ଫଗୁ ରଙ୍ଗକୁ ଶ୍ରଦ୍ଧାଳୁମାନେ ପରମ୍ପରା ଅନୁଯାୟୀ ରଙ୍ଗ ମାଖିଥାନ୍ତି । ପରେ ଶୋଭାଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି । ମନ୍ଦିର ସମ୍ମୁଖରେ ଦେବ ସ୍ଵାଗତ ପୂଜାର୍ଚ୍ଚନା ପରେ ନିଜ ନିଜ ମନ୍ଦିରକୁ ଫେରି ଯାଇଥାନ୍ତି । ସମସ୍ତ ଶ୍ରଦ୍ଧାଳୁମାନେ ଭୋଗ ଖାଇଥାନ୍ତି । ସେହିପରିି ଶ୍ରୀ ଶ୍ରୀ ରାଧାମୋହନ ଦେବ, ଶ୍ରୀ ଶ୍ରୀ ପତିତପାବନ ଦେବ, ଶ୍ରୀ ଶ୍ରୀନୃସିଂହ , ଶ୍ରୀ ଶ୍ରୀ ସୋମନାଥ ବାବା, ଧୂବଲେଶ୍ଵର ବାବା, ଦୋଳ ମଣ୍ଡପରେ ଦୋଳିରେ ବସି ପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଦୋଳପର୍ବ ଉତ୍ସାହ ଉଦ୍ଦୀପନା ସହ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଜଳିଆଁ ଗ୍ରାମର ରାଧାକୃଷ୍ଣ ସଂକିର୍ତନ ଦଳ ଯୋଗ ଦେଇ ଚିତ୍ତାକର୍ଷଣ ନୃତ୍ୟ ପରିବେଷଣ କରିଥିଲେ । ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ସମାବେଶ ହୋଇଥିଲା ।

Leave A Reply

Your email address will not be published.