csstore

ଦୁର୍ନୀତି ମୁକ୍ତ ପଦ୍ମପୁର ଗଠନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଚାର ଜୋରଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୪ ତାରିଖ ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଚାର ଏବଂ ପ୍ରସାର ଜୋର ସୋରରେ ଚାଲିଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସେ ଏବଂ ବିଜେପି କର୍ମୀ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ରଞ୍ଜୁ ସେଠ, ୱାର୍ଡ ନମ୍ବର ୧୧ କାଉନସିଲର ପ୍ରାର୍ଥିନୀ ଉର୍ମିଳା ନାଏକ, ୭ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ସୁମିତ ଘିବେଲା ଏବଂ ୧୦ ନମ୍ବର ୱାର୍ଡ ପ୍ରାର୍ଥିନୀ ଶ୍ରୀମତୀ ରାଜେଶ୍ୱରୀ ମହାରଣାଙ୍କ ପାଇଁ ପଦ୍ମପୁରର ସମସ୍ତ ୱାର୍ଡ଼ରେ ଡୋର ଟୁ ଡୋର ଯାଇ ନିର୍ବାଚନୀ ସଭା ମାନ କରାଇ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଶାସନକୁ ଭିତ୍ତି କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ମଧ୍ୟରେ ଯାଇ ଭୋଟ ଭିକ୍ଷା କରୁଥିବା ସମୟରେ ବିଜୁ ଜନତା ଦଳର ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରୁଛନ୍ତି । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ପଦ୍ମପୁର ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟିର ସମସ୍ତ କାଉନସିଲର ତଥା ଚେୟାରମେନ ପ୍ରାର୍ଥିନୀ ତଥା ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ପୁରୋହିତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବରିଷ୍ଠ ବିଜେପି ନେତା ଶିରିଷ ବହିଦାର, ରାଜୁ ଘିବେଲା, ସୁନୀଲ ଅଗ୍ରୱାଲ, ପ୍ରୀତେଶ ବହିଦାର, ଅଶୋକ ମିଶ୍ର, ଡା ନାରାୟଣ ପୁରୋହିତ, କେତନ ମେହେର, ରୋସନ ପାଣିଗ୍ରାହୀ, ଜ୍ୟୋସ୍ନା କର, ହରି ସିଂ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.