ପୋଷ୍ୟ ବିଦ୍ୟାଳୟରେ ପାଠ ପଢାଇଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ୟାଳୟକୁ ଆସି ପାଠ ପଢାଇବାର ଦେଖା ଯାଇଥିଲା । ଏହି ଅବସରରେ ଉକ୍ତ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ କର୍ମୁ ବିଶ୍ୱାଳ ମଧ୍ୟ ଉପସ୍ଥିତ ରହି ପାଠ ପଢାଇଥିଲେ । ଏହି ପରିପ୍ରେକ୍ଷୀରେ ଏ ବିଇଓ ପ୍ରେମାନନ୍ଦ ବାରିକ, ମହାଦେବ ବେହେରା, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଦିପାଞ୍ଜଳି ବରିହା, ନିରଞ୍ଜନ ଦୀପ ତଥା ସାମ୍ବାଦିକ ନିରୋଜ କୁମାର ପାଣୀ ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପାଠ ପଢାଇବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ମୁଁ ଏଭଳି ଭାବେ ବିଭିନ୍ନ ସମୟରେ ଆସି ଛାତ୍ରଛାତ୍ରୀମାନଙ୍କ ସହ ମିଶିବି ବୋଲି ପ୍ରତିଶୃତି ଦେଇଥିଲେ । ମୋ ସ୍କୁଲ ଅଭିଯାନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ମଧ୍ୟ ଅନୁଧ୍ୟାନ କରିଥିଲେ । ପ୍ରକାଶ ଥାଉକି ଯେ, ଉକ୍ତ ବିଦ୍ୟାଳୟ ସାରା ରାଜ୍ୟ ପାଇଁ ନିଆଯାଇଥିବା ୪୦ଟି ଫେକସ ସ୍କୁଲରେ ସାମିଲ ହୋଇଛି । ଏଥି ସକାଶେ ଏସ୍‌ଏମ୍‌ସି, ପିଟିଏର ସଦସ୍ୟ ସଦସ୍ୟାମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଗଢି ତୋଳିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ ।

Leave A Reply

Your email address will not be published.