ଛତ୍ରପୁରରେ ବିଜେପିର ପ୍ରଚାର ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ ସମାଜସେବୀ କେ.ଚନ୍ଦ୍ର ଶେଖର ରେଡ୍ଡୀଙ୍କ ସହ ଧର୍ମିଣୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ପ୍ରଚାର ଜୋରସୋରରେ ଚାଲିଛି । ବହୁ ଗାଡ଼ି ଘୋଡା ସହ ପ୍ରଚାରଗାଡି, ବାଦ୍ୟଯନ୍ତ୍ର ଧୂମ୍‌ଧଡାକାରେ ସହର ପ୍ରକମ୍ପିତ ହୋଇଉଠିଥିଲା । ଖୋଲା ଯାନ୍ତ୍ରିକ ବାହାନରେ ପ୍ରାର୍ଥୀ-ପ୍ରାର୍ଥିନୀ ବାହାରି ବର୍ଣ୍ଣାଢ୍ୟ ପଟୁଆରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗତକାଲି ସହର ପରିକ୍ରମା କରିଛନ୍ତି । ବିଜେପି ଦଳୀୟ ପ୍ରଚାର ଦମଦାରରେ ପ୍ରଚାର ହେବା ସମସ୍ତଙ୍କୁ ଚକିତ କରିଦେଇଛି । ବିଜେପି ନେତା ଭୃଗୁ ବକ୍ସିପାତ୍ର, ପ୍ରଶାନ୍ତ କର, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବସନ୍ତ ବେହେରା, ସଞ୍ଜିତ ରାଉଳ, ଏନ୍.ଦୀନବନ୍ଧୁ, କେ.ରମାରାଓଙ୍କ ନେତୃତ୍ୱରେ ପ୍ରାର୍ଥୀ -ପ୍ରାର୍ଥିନୀ ମାନେ ସହର ପରିକ୍ରମା କରି ଭୋଟରଙ୍କୁ ପ୍ରଭାବିତ କରିଥିଲେ ।

Leave A Reply

Your email address will not be published.