
ରାୟପୁର : ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ୍ ଓ ଟ୍ରାକ୍ଟର ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଟ୍ରାକ୍ଟରରେ ୨୫ରୁ ଅଧିକ ଲୋକ ବସିଥିଲେ । ମେନପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥରେ ଟ୍ରକ୍ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ ଗରିଆବନ୍ଧ ଠାରୁ ୮ କିଲୋମିଟର ଦୂର ଜୋବା ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ମାଜରକଟାର ବୋଲି ଜଣାପଡ଼ିଛି ।