ଭଞ୍ଜନଗର ସହରରେ ମନ୍ତ୍ରୀ ବିକ୍ରମକେଶରୀଙ୍କ ଭୋଟ ପ୍ରଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ୭ ନମ୍ବର ୱାର୍ଡରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉଦ୍‌ବୋଧନ ଦେଇ ଭଞ୍ଜନଗର ଭୋଟରଙ୍କୁ ପ୍ରଭାବିତ କରିଥିଲେ । ସାଥୀରେ ଭଞ୍ଜନଗର ସହର ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଗୋପ ମହାପାତ୍ର, ବିଜେଡି ନଗର ସଭାପତି ରାଜେନ୍ଦ୍ର ବିଷୋୟୀ ସମେତ ୫୦୦ରୁ ଅଧିକ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.