ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ଓ ବ୍ରଜନାଥ ପାଠାଗାର ସଭାଗୃହରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପରିବାରର ଅବାହକତ୍ୱରେ ଶିକ୍ଷାବିତ ତାରା ପ୍ରସାଦ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଅଧ୍ୟାତ୍ମବାଦୀ ରବି ନାରାୟଣ ଶତପଥୀ ସ୍ଵୀୟ ବକ୍ତବ୍ୟରେ ସ୍ୱର୍ଗତା ଭୂତିଆ ଜଣେ ଧର୍ମପ୍ରାଣା, ସ୍ନେହୀ, ପରୋପକାରୀ ସୁପତ୍ନୀ, ସୁଗୃହିଣୀ ଥିଲେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଅଧ୍ୟାତ୍ମବାଦୀ ବକ୍ତା ପ୍ରେମାନନ୍ଦ ଶତପଥୀ, ସମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ ଡା.ଦେବୀ ପ୍ରସାଦ ମିଶ୍ର ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଥିଲେ । ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ । ସେ ଜଣେ ଅତ୍ୟନ୍ତ ପ୍ରେମଶୀଳା, ଦରଦୀ ହୃଦୟାଧାରୀ, ସଦ୍‌ଗୁଣ ସମ୍ପର୍ଣ୍ଣା, ଅମାୟିକା, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଅବସରରେ “ସ୍ମୃତିର ଶ୍ରଦ୍ଧା ସୁମନ -୨୦୨୨” ନାମକ ଏକ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଗାୟତ୍ରୀ ଯଜ୍ଞ ଓ ଗାୟତ୍ରୀ ରୀତିରେ ଶ୍ରାଦ୍ଧ ଅର୍ପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ପରିବାରର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ଏହି ମାନବପ୍ରେମୀ ମହିଳାଙ୍କ ସ୍ମୃତିଚାରଣ କରାଯାଇଥିଲା ଯାହା ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା । ସମସ୍ତଙ୍କୁ ଗାୟତ୍ରୀ ଯନ୍ତ୍ର, ଗାୟତ୍ରୀ ପୁସ୍ତକ, ପତ୍ରପତ୍ରିକା ଓ ଗୋଟିଏ ଲେଖାଏଁ ତୁଳସୀ ବୃକ୍ଷ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟା ଡ଼ଃ ଅନୁପମା ମିଶ୍ର, ଗାୟତ୍ରୀ ପରିବାରର ଅନେକ ସଦସ୍ୟା, ସଦସ୍ୟ, ସୁଧାକର ସାହୁ, ଶରତ ଭୋଇ, ଅଶୋକ ମିଶ୍ର, ଅଞ୍ଜଳି ଶତପଥୀ, ଚିତ୍ତ ରଞ୍ଜନ ପଟ୍ଟନାୟକ, ଅକ୍ଷୟ ହୋତା, ତାଙ୍କର ପ୍ରିୟ ଛାତ୍ର ପ୍ରଳୟ ଦାସ, ଅରୁଣ ସାହୁ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତା ଭୂତିଆଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତର ଅଭୁଲା ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ପୁରସ୍କାର ପ୍ରାପ୍ତ କବି ପ୍ରଭାସିନୀ ମହାଖୁଡ଼, ବିଶିଷ୍ଟ ହେତୁବାଦୀ ପ୍ରାଧ୍ୟାପକ ଧନେଶ୍ୱର ସାହୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ, ବର୍ତ୍ତମାନର ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ କବି ବାହାଦୂର ପାଟସାହାଣୀ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଥିଲେ । ଏହି ସ୍ମୃତି ସଭାରେ ତାଙ୍କର ହାତଭାଗ୍ୟ ସ୍ୱାମୀ ହେତୁବାଦୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ଜ୍ୟେଷ୍ଠପୁତ୍ର ତାଳଚେର ଷ୍ଟେସନ ମାଷ୍ଟର ସତ୍ୟଜିତ ଭୂତିଆ, ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ, ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ, ଉଭୟେ ଇନ୍ଫୋସିସ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର, ଜ୍ୟେଷ୍ଠ ଜ୍ୱାଇଁ ଇଞ୍ଜିନିୟର ଭାଗିରଥି ବେହେରା ଓ ଜ୍ୟେଷ୍ଠା କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ, ଅନ୍ୟତମ ଜ୍ୱାଇଁ ସୁନିଲ ବାରିକ ଓ ଇନ୍ଦିରା ବାରିକ, ଡା.ଭରତ କୁମାର ବେହେରା ଓ କନ୍ୟା ଦୀପ୍ତିମୟୀ ଭୂତିଆ, ଅଶୋକ ବେହେରା, ବିଦ୍ୟାଧର ବେହେରା, ଅନିଲ ପରିଡ଼ା, କେଦାର ପରିଡ଼ା, ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା, ଶ୍ୱେତା ସ୍ୱୟଂସିଦ୍ଧା, ଶ୍ରଦ୍ଧା ସମର୍ପିତା, ସୌମ୍ୟା ଶାଶ୍ବତୀ, ଶାନ୍ତା ଶୁଭଦୀପ୍ତି, ସ୍ମୃତି ଶ୍ରୀବିଦ୍ୟା ଓ ନାତି ବି.ସତ୍ୟ ସାର୍ଥକ ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହି ସ୍ୱର୍ଗତା ଭୂତିଆଙ୍କର ଗୁଣଗାନ କରିଥିଲେ । ତାଙ୍କର ସ୍ୱାମୀ ଶ୍ରୀଯୁକ୍ତ ଭୂତିଆ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଏନ.ସି.ସି.ଅଫିସର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବରେ ରହି ବେଶ ସୁନାମ ଅର୍ଜନ କରିଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ନିଜ ପ୍ରାଣପ୍ରିୟା ପତ୍ନୀ ସ୍ୱର୍ଗତା ଜ୍ୟୋତିର୍ମୟୀ ଭୁତିଆଙ୍କ ସ୍ମୃତିରେ ଏକ ସୁଦୃଶ୍ୟ ମୂଲ୍ୟବାନ ଆଲମାରୀକୁ ଓ ତାଙ୍କ ଦ୍ୱାରା ରଚିତ ସମସ୍ତ ପୁସ୍ତକ ସବୁକୁ  ଶ୍ରୀଯୁକ୍ତ ଶତ୍ରୁଘ୍ନ ଭୁତିଆ,(ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ) ଓଡ଼ିଶା ଶିକ୍ଷାସେବା (୨), ଅବସର ପ୍ରାପ୍ତ, ପ୍ରାକ୍ତନ ଶିକ୍ଷା ମଣ୍ଡଳାଧୀଶ, ଢେଙ୍କାନାଳ(ଦାୟିତ୍ୱ), ପ୍ରାକ୍ତନ ବିତ୍ତ ଓ ପ୍ରଶାସନିକ ଅଧିକାରୀ, ଢେଙ୍କାନାଳ ଶିକ୍ଷାମଣ୍ଡଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ, ଉପଦେଷ୍ଟା, ପ୍ରାକ୍ତନ ସଭାପତି, ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ, ଢେଙ୍କାନାଳ ଶାଖା, ଉପଦେଷ୍ଟା ଓ ପ୍ରାକ୍ତନ ସଭାପତି ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ  ସର୍ବୋପରି ଜଣେ ପ୍ରକୃତ ମାନବବାଦୀ ଓ ଆହୁରି ଅନେକ କିଛି………

ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଜୟରଶ୍ମି ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ଇତିଶ କୁମାର ବରାଳ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ସୁବ୍ରତ ମିଶ୍ର, ରଶ୍ମୀ ହୋତା, କଳ୍ପନା ବାରିକ, ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବବିତା ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ ସଭା ପରିଚାଳନା କରିଥିବା ବେଳେ ଏହାର ଆଜୀବନ ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.