ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ୨୦୨୨ କମିଟି ଗଠନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଯୋଗୀସର୍ଡା ଗ୍ରାମରେ ଥିବା ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ଆବାହନରେ ମୋ ସ୍କୁଲ ଅଭିଯାନ କମିଟି ଗଠନ କରାଯାଇଛି । ସଭାପତି ରଙ୍କ ପଣ୍ଡା, ଉପସଭାପତି ମହେଶ କୁମାର ତ୍ରିପାଠୀ, ସମ୍ପାଦକ ମନୋଜ କୁମାର ପ୍ରଧାନ, ସହ ସଂପାଦକ ନକୁଳ ପଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ, ସର୍ବ ସମ୍ମତି କ୍ରମେ ଚୟନ କରାଗଲା ଏହି ସ୍କୁଲକୁ ପୁରାତନ ଛାତ୍ର ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଇନ୍ଦ୍ରମଣି ତ୍ରିପାଠୀ (ଓଏଏସ୍‌) ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡ଼ିଶା ସରକାର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଛନ୍ତି ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । କମିଟି ଅଧ୍ୟକ୍ଷ ବଂଶୀଧର ଥନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ପୁରାତନ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଯୋଗ ଦେଇଥିଲେ । ଶିକ୍ଷକ କପିଳେଶ୍ୱର ପଧାନ ବୈଠକ ସଂଯୋଜନା କରିଥିଲେ ଓ କ୍ରୀଡା ଶିକ୍ଷକ ଦୁର୍ବାଦଳ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.