ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ଲିଡରସିପ ଆୱର୍ଡ ୨୦୨୨ କାର୍ଯ୍ୟକ୍ରମ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ, ନରେଶ ଆର୍ଯ୍ୟ, ରୋଟାରୀଆନ କୁମାର ବେହେରା ଓ ରଂଜିତ୍ କୁମାର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଆବଶ୍ୟକତା ଓ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅନୁପ ମୋଦୀ, ଆଲୋକ ଜେନା, ଆକାଶ ନାୟକ, ରବର୍ଟ ହାଇଫିଲ, ମୋହନ ପଟ୍ଟନାୟକ, ସଂଜୟ ସାହୁ, ସୋନୁ ତନ୍ତୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ନାରୀମାନଙ୍କୁ ଉତ୍ସାହିତ କରିବ ବୋଲି ମତ ରଖିଥିଲେ । ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସାଇନି ନନ୍ଦ ଓ ତ୍ରିଶା ଏକାଡେମୀର ଦେବସ୍ମିତା ମହାନ୍ତିଙ୍କ ନେତୃତ୍ଵରେ ନୃତ୍ୟ ପରିବେଷଣ ଓ କନକଲତା ମିଶ୍ର, ଡଃ ସୁଚିତ୍ରା ମହାନ୍ତି ଓ ମିତା ପ୍ରଧାନ କବିତାପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରେସି ଡେଭିଡ୍, ରଶ୍ମିତା ପଣ୍ଡା, ଗୌରୀ ନାଗ, ଡଃ ସୁଚିତ୍ରା ମହାନ୍ତି, ସ୍ନେହଲତା ବିଶୋଇ, ସସ୍ମିତା ପ୍ରଧାନ, ଝୁନୁ ନାୟକ, କନକଲତା ମିଶ୍ର, ସୁସ୍ମିତା ମହାପାତ୍ର, ମୌସୁମୀ ମହାନ୍ତି, ପ୍ରତିମା ସାହୁ, ଜ୍ୟୋତି ପଣ୍ଡା, ଦେବସ୍ମିତା ମହାନ୍ତି, ପ୍ରଜଳି ନାୟକ, ଲୀନା ବିଶ୍ବାଳ, ରାନୁ ମହାପାତ୍ର, ଶ୍ରୀଜିତ୍ କୌର, ସବିତା ପରିଡା, ମୋନାଲିସା ସାହୁ, ବିପ୍ଳବିନୀ ବେହେରା, ଜୟଶ୍ରୀ ଷଡଙ୍ଗୀ, ଯଶୋବନ୍ତୀ ପଣ୍ଡା, ସୋନି ପିଲାଇ, ସାଗରିକା ମହାନ୍ତି ପଟ୍ଟନାୟକ, ଆଶିଆନା ସିଂହ, ସୋହାନି ନନ୍ଦ, ସାଗରିକା ରାୟ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।