ସମ୍ବଲପୁର : ସମ୍ବଲପୁର ସହର ସାକ୍ଷୀପଡା ମୁଖ୍ୟ ରାସ୍ତାକୁ ଜାତୀୟ ରାଜପଥ ସଂଯୋଗ କରୁଥିବା (ସେଣ୍ଟ ଜୋନ ସ୍କୁଲ) ନିକଟସ୍ଥ ସର୍ଲା ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣକ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନ ପ୍ରତ୍ୟେକ ଦିନ ପରି ଆଜି ସକାଳେ ମଧ୍ୟ ମର୍ଣ୍ଣିଂ ୱାଲ୍କ ପାଇଁ ଯାଉଥିବା ବେଳେ ଅଇଁଠାପାଲି ପଟୁ ଦ୍ରୁତ ଗତିରେ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିିଁ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସ୍ଥାନୀୟଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।