csstore

‘ସ୍ୱର’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ତମ ବାର୍ଷିକୀ ଏବଂ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ସଂଗଠନ ‘ସ୍ୱର’ ପକ୍ଷରୁ ସ୍ଥାନୀୟ ବମିଖାଲଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ମ୍ୟୁନିସିପାଲଟି ବ୍ଲଡ ବ୍ୟାଙ୍କର କର୍ମକର୍ତ୍ତାମାନେ ଏଠାରେ ରକ୍ତ ସଂଗ୍ରହ କରିଥିଲେ । ପ୍ରାୟ ୩୪ଜଣ ମହିଳା ଏବଂ ପୁରୁଷ ଏହି ଅବସରରେ ରକ୍ତଦାନ କରିଥିଲେ । ସର୍ବଭାରତୀୟ ମହିଳା ସଂଗଠନ ଭାରତୀୟ ସ୍ତ୍ରୀ ଶକ୍ତି ସହ ସଂପୃକ୍ତ ସ୍ୱର ଟ୍ରଷ୍ଟ ପକ୍ଷରୁ ଇନ୍ଦିରା ଦାଶ, ସବିତା ରାୟ, କ୍ରିଷ୍ଣା ଅଗ୍ରୱାଲା, ସ୍ନେହା ଅଗ୍ରୱାଲା, ରଶ୍ମି ଅଗ୍ରୱାଲା, ଅର୍ଚ୍ଚନା ଅଗ୍ରୱାଲା, ରୀନା ଅଗ୍ରୱାଲା ପ୍ରମୁଖ ଏହି ରକ୍ତଦାନ ଶିବିରର ପରିଚାଳନା କରିଥିଲେ । ବ୍ଲଡ ବ୍ୟାଙ୍କ ଫେଡେରେସନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ନରେନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଏଭଳି ଅନେକଗୁଡିଏ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ୱରର ମ୍ୟାନେଜିଂ ଟ୍ରଷ୍ଟି ଚନ୍ଦନା ଦାସ ପ୍ରକାଶ କରିଛନ୍ତ ।

jayashree
Leave A Reply

Your email address will not be published.