csstore

ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳମାନଙ୍କରେ ବି ୬୪ ବିଟାଲିୟନ ତରଫରୁ ରେଡ଼ିଓ ବଣ୍ଟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନି ଗାଁର ଚତୁରପାର୍ଶ୍ବରେ ପାହାଡ଼ ପର୍ବତ ଘେରରେ ଅବସ୍ଥିତ ଏହି ଗାଁ । ଏହି ଗାଁର ଅଧିକାଂଶ ଲୋକମାନେ ବିଭିନ୍ନ ପ୍ରକାରର ଖବର ତାଙ୍କ ପାଖରେ ପହଞ୍ଚି ପାରେନାହିଁ । ଏହାକୁ ଆଖି ଆଗରେ ରଖି ବିପ୍ଲବ ସରକାରଙ୍କ ଆୟୋଜନରେ ବି ୬୪ ବାଟାଲିୟନଙ୍କ ତରଫରୁ ଅଭିନବ ଉପାୟରେ ଏହି ଦୁର୍ଗମ ଅଞ୍ଚଳରେ ରହୁଥିବା ଶାକୁଶ, ମୁଶୁଙ୍ଗ, ପୁଟ୍ରିମହୁଲ, ନୁଆଁମୁଣ୍ଡା ଏହି ଚାରି ଗୋଟି ଗାଁର ପ୍ରାୟ ୧୦୦ ଜଣକୁ ଆଜି ରେଡ଼ିଓ ବାଣ୍ଟିନ କରିବା ସହ ସିଆର୍‌ପିଏଫ୍‌ମାନଙ୍କୁ ଭୟ ନ କରି ସୁସମ୍ପର୍କ ରଖିବାକୁ ଜନସାଧାରଣଙ୍କୁ କହିଥିଲେ । ଏହି ଶିଭିର୍କ ଆକ୍ସନ କାର୍ଯ୍ୟକ୍ରମରେ ଭବାନୀପାଟଣାର ସେକେଣ୍ଡ କମାଣ୍ଡର ଡି.ପି ସିଙ୍ଗ, ମହନଗିରି ସେକେଣ୍ଡ କମାଣ୍ଡର ଜି.ନବି, ରାମପୁର ଥାନା ଏସ୍.ଆଇ ରାଜକୁମାର ପାଢି ଉପସ୍ଥିତ ରହି ବଣ୍ଟନ କରିଥିଲେ । ଏଭଳି କାର୍ଯ୍ୟକ୍ରମକୁ ଦେଖି ଅଞ୍ଚଳବାସୀ ଧନ୍ୟବାଦ ଦେବା ସହ ମନରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.