csstore

ପୁଇଁତୋଳାରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଝୁଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି । ପାର୍ଥୀପତ୍ର ଯାଞ୍ଚ ସରିବା ପରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛି । ଗୁରୁବାର ପୁଇଁତୋଳା ୱାର୍ଡ ନଂ ୮ ଓ ୯ରେ ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ ୱାର୍ଡ ନଂ ୮ କାଉନ୍ସିଲର ପାର୍ଥିନୀ ମହାଲକ୍ଷ୍ମୀ ନାୟକ ମିସି ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନେବେଦନ କରିଛନ୍ତି । ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ତଥା ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷା ନୀଳାଞ୍ଚଳ ବାରିକ, ଅଜୟ ବାରିକ, ଓକିଲ ପଙ୍କଜ ବାରିକ, ଶିବରାମ ଜେନା, ପୂର୍ବତନ ଏମ୍‌ପି ପ୍ରତିନିଧି ସୁଦାମ ଚରଣ ପଲାଇ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ନଗର ସଭାପତି ପି ରାଜୁ ରେଡ଼ି, ଷ୍ଟାର ପ୍ରଚାରକ ମନୋଜ ପଣ୍ଡା, ବିଜେଡି ଯୁବନେତା ନିରଞ୍ଜନ ପରିଡା, ବିଜେଡି ଏନ୍‌ଏସି କୋଷାଧ୍ୟକ୍ଷ ମନୋଜ ପ୍ରଧାନ ପ୍ରମୁଖ ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ।

jayashree
Leave A Reply

Your email address will not be published.