centurian jitm

ହରିଶଙ୍କରରେ ନେହେରୁ ଯୁବ କେନ୍ଦ୍ର ଓ ଜୟତରୁଣ ଯୁବକ ସଂଘ ପକ୍ଷରୁ ଜଳ ଜାଗରଣ ଅଭିଯାନ

nschool

ପାଟଣାଗଡ଼, (ଗୋରେଖ ନାଥ ବରିହା) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜୟତରୁଣ ଯୁବକ ରେଙ୍ଗାଲଜୁରୀ ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ଅଭିଯାନ ହରିଶଙ୍କର ସ୍ଥିତ ସିଆର୍‌ସି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ିଆ ମୁଖ୍ୟ ଅତିଥି, ଡ଼ିପିଏମ୍‌, ଆଇସିଜି, ଡ଼ିଆର୍‌ଡ଼ିଏ ଅଧିକାରୀ ଘନଶ୍ୟାମ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଅଧିକାରୀ ଅଭି ନରସିହ୍ମା କୁମାର, ନେହେରୁ, ନେହେରୁ ଯୁବ କେନ୍ଦ୍ର ଏପିକେ ବିପିନ ବିହାରୀ ଜେନା, ଏମ୍‌ଟିଏସ୍‌ ବଳିୟାର ସିଂ ବସ୍ତିଆ, ଅଞ୍ଚଳ ହାଇସ୍କୁଲ ପାଢ଼େଲ ପ୍ରଧାନ ଶିକ୍ଷକ ସୁଧୀର ନନ୍ଦ ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳ ଜାଗରଣ ଓ ବର୍ଷା ଜଳ ସଂରକ୍ଷଣର ଆବଶ୍ୟକତାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଥିବା ବିଭିନ୍ନ ବ୍ଲକର ସ୍ୱେଚ୍ଛାସେବୀ ଓ ବିଭିନ୍ନ କ୍ଲବର ସ୍ବେଛାସେବୀମାନଙ୍କ ସହ ଅବଗତ କରିଥିଲେ, ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ବ୍ଲକର ସ୍ୱେଚ୍ଛାସେବୀ ଯୋଗଦେଇ ଥିବା ବେଳେ ଖପ୍ରାଖୋଲ ବ୍ଲକର ବେନକେରା ଯୁବକ ସଙ୍ଘ, ସହିଦ ଭଗତ ସିଂ ଯୁବକ ସଙ୍ଘ ସର୍ଗିପାଲି, ଅଲିଭା ଯୁବକ ସଙ୍ଘ ପତ୍ରାପାଲି, ମହାରପଦର ଯୁବକ ସଙ୍ଘ, ପଡ଼ିଆବାହାଲ ଆଦିଗ୍ରାମର ଯୁବକ ସଙ୍ଘର ସ୍ୱେଚ୍ଛାସେବୀ, ନେହରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ଶମ୍ଭୁ ପ୍ରସାଦ ଘିଭେଳା ଓ ଭବାନୀ ଶଙ୍କର ଦାଶ, ଜୟ ତରୁଣ ଯୁବକ ସଂଘର ସମ୍ପାଦକ ଜଗନ୍ନାଥ ବରିହାଙ୍କ ସହ ସଂଘର ସଭାପତି ଘାସିରାମ ମଲ୍ଲିକ, ସଦସ୍ୟ ଅନିଲ ବରିହା, ନିମାଇଁ ଚରଣ ଷାଣ୍ଢ, ଅମୀର ବରିହା, ଶୁନୀଲ ପୁଟେଲ, ଅମନ ପୁଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ନେହରୁ ଯୁବ କେନ୍ଦ୍ରର ପୂର୍ବତନ ସ୍ବେଛାସେବୀ ସନ୍ତୋଷ କୁମାର ଘିଭେଲା, ତଉଳ ନାଏକ, ଶ୍ରୀ ବେହେରା ଉପସ୍ଥିତ ଥିଲେ କାର୍ଯ୍ୟକ୍ରମକୁ ବିପିନ ବିହାରୀ ଜେନା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.