ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ପ୍ରାୟ ପନ୍ଦର ଶହ ଲୋକ ବସବାସ କରନ୍ତି । ପ୍ରାୟ ପାଞ୍ଚ ବର୍ଷ ହେବ ପାଣି ଚାଳକ ଲଲିତ ଧାରୁଆଙ୍କୁ ପାଉଣା ମିଳୁନଥିବା ଅଭିଯୋଗ ହେଉଛି । ଏନେଇ ଅନେକ ଥର ସରପଞ୍ଚ, ସମିତି ସଭ୍ୟ, ପିଏଚ୍ଡି କାର୍ଯ୍ୟାଳୟର ଜେଇଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ ପାଣି ଚାଳକ ଲଲିତ ଧାରୁଆଙ୍କୁ ପାଉଣା ମିଳିନଥିବା ଅଭିଯୋଗ ହେଉଛି । କିଛି ମାସ ଗାଁ ଲୋକେ ଘର ଘର ଚାନ୍ଦା କଲେକ୍ସନ କରି ଉକ୍ତ ପାଣି ଚାଳକ କୁ ଦେଇଥିଲେ ବୋଲି ସୂଚନା ମିଳିଛି । ଅନ୍ୟ ପଟେ ମୁସଲମାନପଡାରୁ ଗାଁ ବସ୍ତି ଭିତରକୁ ଯିବାକୁ ରାସ୍ତା ଅତି କଦର୍ଯ୍ୟ ଅବସ୍ଥାରେ ରିହିଥିବାରୁ ଯିବା ଆସିବା ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହେଉଛି । ଉକ୍ତ ଗାଁ ରାସ୍ତାକୁ ତୁରନ୍ତ ମରାମତି ନିମନ୍ତେ ଗ୍ରାମର ଭାଗ୍ୟ ପୁଟା, ଲାଡି ନିଆଁଲ, ଜବଲ ପୁଟା, ସୁରୁ ପୁଟା ଏବଂ ଯୁବକ ସଂଘର ରଥ ଦୀପ୍, ସୁନିଲ୍ ସଗ୍ରିଆ, ଡୋଲା ଦୀପ୍ ଓ ସଦସ୍ୟ ବୃନ୍ଦ ଉକ୍ତ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ।
Prev Post
Next Post