ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତି ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଗୋଟେ ଦମ୍ପତିଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଅଞ୍ଚଳର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକିଛି ଦିନ‌ ପୂର୍ବେ ପୁରୀ ସଦର‌ ଚନ୍ଦନପୁର ଥାନା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ହୋଇଥିଲା । ଏନେଇ ପୋଲିସ ଘଟଣାର ତଦନ୍ତ କରି ନିମାପଡା ଥାନା ପାଟପୁର ଅଞ୍ଚଳର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀକୁ ଗିରଫ କରି ସେମାନଙ୍କ ଠାରୁ ୧୦ ଟି ଅଷ୍ଟଧାତୁ ମୂର୍ତ୍ତି ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୁବଶୀଘ୍ର ଗିରଫ କରିବ ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ପୁରୀ ସଦର ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.