oom

ରମ୍ଭା ଏନ୍‌ଏସିରେ ବିଜେପିର ଦମଦାର ଶୋଭାଯାତ୍ରା ସହ ପ୍ରାର୍ଥୀପତ୍ର ଦାଖଲ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ସ୍ଥଳ ପୂଣ୍ୟତ୍ତୋୟା ନିଳାମ୍ବୁ ଚିଲ୍ଲିକା ପ୍ରବାହିତ ବାଣିଜ୍ୟ ଓ ପର୍ଯ୍ୟଟନର ସହର ରମ୍ଭା ସହରରେ ବିଜେପିର ଏକ ଦମଦାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନାନା ବାଦ୍ୟଧ୍ୱନି, ଧୂମତାଡକାର ଶବ୍ଦରେ ସହର ପ୍ରକମ୍ପିତ ହୋଇଉଠିଥିଲା । ରାଜ୍ୟ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତ୍ତୃତ୍ୱଧାରୀ ପ୍ରଶାନ୍ତ କରଙ୍କ ନେତୃତ୍ୱରେ ବାହାରିଥିବା ଏହି ରାଲି ରମ୍ଭା ଏନ୍ଏସିରେ ପହଞ୍ଚିଥିଲା । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜେପି ଚୟନ କରିଥିବା ସମସ୍ତ ୧୨ଜଣ ପ୍ରାର୍ଥୀଙ୍କ ସମେତ ବିଜେପି ନେତ୍ରୀ ମାନସୀ ସ୍ୱାଇଁ ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଜେଡି ଦଳ ତରଫରୁ ରବିବାର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ୧୨ଜଣ କାଉନସିଲର ପ୍ରାର୍ଥୀଙ୍କ ସମେତ ବିଜେଡି ନେତ୍ରୀ କୁମାରୀ ବିଶ୍ୱାଳ ଚେୟାରମ୍ୟାନ ପ୍ରାର୍ଥିନୀ ଭାବେ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି । ସର୍ବମୋଟ ୧୩ଟି ୱାର୍ଡ ରହିଥିବା ରମ୍ଭା ଏନ୍ଏସିରେ ୧୩ ନମ୍ବର ୱାର୍ଡରେ ବିଜେପି କିମ୍ବା ବିଜେଡି ଦଳୀୟ ତରଫରୁ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବା ବେଳେ ସେହି ୱାର୍ଡ ତରଫରୁ ଜ୍ୟୋସ୍ନାରାଣୀ ବେହେରା ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ନିଜର ନାମାନଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୩ ନମ୍ବର ୱାର୍ଡରେ କାଉନସିଲର ଭାବେ ଶ୍ରୀମତୀ ଜ୍ୟୋସ୍ନାରାଣୀ ବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।

jittmm
Leave A Reply

Your email address will not be published.