ସିନାପାଲି ପ୍ରିମିୟମ ଲିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ହନୁମାନକୁ ହରାଇ ଆଦର୍ଶ ବିଜୟୀ

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରେମିୟମ ଲିକ୍ ୨୦୨୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ କମିଟି ଆନୁକୂଲ୍ୟରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ଗତକାଲି ଶେଷ ହୋଇଛି । ଆଜିର ଫାଇନାଲ ଖେଲ ହନୁମାନ ୟୁଥ୍ କ୍ଲବ୍ ଓ ଆଦର୍ଶ ୟୁଥ୍ କ୍ଲବ୍ ମଧ୍ୟରେ ହୋଇଥିବା ବେଳେ ଆଦର୍ଶ ୟୁଥ୍ କ୍ଲବ୍ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପରେ ହନୁମାନ ୟୁଥ୍ କ୍ଲବ୍ ବେଟିଙ୍ଗ କରି ୧୦ ଓଭରରେ ୫୪ ରନ ସଂଗ୍ରହ କରିଥିଲା । ଜବାବରେ ଆଦର୍ଶ ୟୁଥ୍ କ୍ଲବ୍ ୪ ଓଭର ୫ ବଲରେ ୫୮ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଫଳରେ କମିଟି ତରଫରୁ ଆଦର୍ଶ ୟୁଥ୍ କ୍ଲବ୍‌କୁ ଚମ୍ପିୟାନ ଘୋଷଣା କରାଗଲା । ଏହି ଖେଳ ପରିଚାଳକ ଭାବେ ଧନଞ୍ଜୟ ମେହେର ଓ ଅଜୟ ବାଗ ଦାୟିତ୍ୱ ତୁଳାଇଥିବା ବେଳେ ସ୍କୋରର ଭାବେ ଧନେଶ୍ଵର କାଣ୍ତ, ଉଦ୍‌ଘୋଷକ ଭାବେ ସଇଲେସ୍ ସା ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ନୂତନ ଭାବେ ବିଜୟୀ ହୋଇଥିବା ବିଜେପି ଜିଲ୍ଲା ପରିଷଦ ସଭ୍ୟ ଆଶା ଜୈନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅମିତ ଜୈନ, ପିୟୁଷ ପଟେଲ, ଲୋଚନ ସାଗର, ଅଜିତ ଯୋଶୀ, ରାଜୁ ମେହେର, ସଂଜୀବ ମେହେର, କାନ୍ତ ମେହେର, ଭୋକର ହଂସ ପ୍ରମୁଖ ମଞ୍ଚାସୀନ ଥିଲେ । ମର୍ନିଙ୍ଗ କ୍ରିକେଟ କ୍ଲବ୍ କମିଟି ସଭାପତି ଜଗନ୍ନାଥ ସାଗର, ସିକ୍ରେଟି ଜଗା ମେହେର, କେସିଅର ବିରାଟ ମେହେର ମୁଖ୍ୟ ଦାୟିତ୍ୱ ତୁଳାଇଥିବା ବେଳେ କମିଟି ସଦସ୍ୟ ବିରେନ୍ଦ୍ର ମେହେର, ହିତେଶ ମେହେର, ନରେନ୍ଦ୍ର ସା, ନରେଶ ମେହେର, ଟିକେଲାଲ ମେହେର, ରଜିତ ପଣ୍ତା, ଅଖିଳ ମେହେର, ଛୋଟୁ ମେହେର, ସଂଜୟ ମେହେର, ଧନଞ୍ଜୟ ମେହେର, ଭବାନୀ ମେହେର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.