ସ୍ୱର୍ଗତଃ ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ ଭୂତିଆରବାହାଲର ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଗତକାଲି ସ୍ଥାନୀୟ ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କିଶୋର ନନ୍ଦଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରଣ ହୋଇଥିବା ମଦନ ମୋହନ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠା ସକାଶେ ବିଦ୍ୟାଳୟ କମିଟିର ସଭ୍ୟ ଭାବେ ସ୍ୱର୍ଗତ ଗୁଣନିଧି ଚୌଧୁରୀଙ୍କ ସଂଘର୍ଷ ମୟ ପଦକ୍ଷେପ ସମ୍ପର୍କରେ ପ୍ରଧାନ ଶିକ୍ଷକ ସ୍ମୃତିଚାରଣ କରିଥିଲେ । ସ୍ଵଗର୍ତଃ ଚୌଧୁରୀଙ୍କ ଅମର ଆତ୍ମାର ସଦଗତି ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଯେ, ଗତ ରବିବାର ଦିନ ଗୁଣନିଧି ଚୌଧୁରୀଙ୍କ ପରଲୋକ ହୋଇଯାଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ପ୍ରାୟ ଏକ ମାସ ହେଲା ଘରେ ଶଯ୍ୟାଶାୟୀ ଥିଲେ । ତାଙ୍କ ଶେଷ ସମୟରେ ତାଙ୍କ ଦୁଇ ପୁଅ ଶରତ, ଅନନ୍ତ, ବୋହୂ ଜ୍ୟୋତ୍ସ୍ନା, ପଙ୍କଜିନି ସହ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ଗାଁର ଟିକେନଜୋର୍ ନିକଟସ୍ଥ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ଶରତ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.