csstore

ବାଲିକୁଦରୁ ମୃତ କୁମ୍ଭୀର ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ଅନ୍ତର୍ଗତ ମହାନଦୀର ଜଗତି ଜଗନ୍ନାଥପୁର ବାଲିକୁଦରୁ ବନ ବିଭାଗ ଏକ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନନ୍ଦନକାନନର ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀରର ଶବ ବ୍ୟବଛେଦ କରିଥିବା ବେଳେ ମୃତ କୁମ୍ଭୀରର ଲମ୍ବ ୭.୫ ଫୁଟ ହୋଇଥିବା ବେଳେ ଚଉଡା ପ୍ରାୟ ୩୦ ଇଞ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ନଥିବା ବେଳେ ଶରୀର ଭିତରେ ରକ୍ତଶ୍ରାବ ଯୋଗୁଁ ତାହାର ମୃତ୍ୟୁ ହୋଇଥିବା ଏବଂ ମୃତ୍ୟୁ ହୋଇଥିବା ଜଣାପଡିଛି । କୁମ୍ଭରଟିକୁ ପ୍ରାୟ ୭ ବର୍ଷ ହେବ । ମୃତ କୁମ୍ଭୀର ଲାଞ୍ଜରେ ଏକ ଟ୍ୟାଗ ଲାଗିଛି ଓ ସେଥିରେ ଏମ୍‌କେଏମ୍ ୧୪୯ ଲେଖା ହୋଇଛି । ଏହା ଦେଖି ମୃତ କୁମ୍ଭୀରଟି ଟିକରପଡା ଠାରୁ ଭାସି ଆସିଥିବା ଅନୁମାନ କରାଯାଉଛି ।

jayashree
Leave A Reply

Your email address will not be published.