csstore

ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷା ୪ଟି କେନ୍ଦ୍ର ଯଥା- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୩୦୫ ଜଣ, ପି.ଆର ହାଇସ୍କୁଲ କେନ୍ଦ୍ରରେ ୩୩୨, ପିପି ଏକାଡେମୀ କେନ୍ଦ୍ରରେ ୨୦୧ ଜଣ, ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୩୪ ଏହିପରି ସମୁଦାୟ ୯୭୨ ଜଣ ଏନ୍‌.ଏମ୍‌.ଏମ୍‌.ଏସ୍‌ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରଗୁଡିକରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ନନ୍ଦ, ସନ୍ତୋଷିନୀ ସେଠୀ, ପ୍ରଧାନ ଶିକ୍ଷକ ଶିନୁ ସୁନ୍ଦର ପାଢୀ, ନରେନ୍ଦ୍ର ମିଶ୍ର ପରୀକ୍ଷା ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ ନାୟକ ଉକ୍ତ ପରୀକ୍ଷା କେନ୍ଦ୍ରଗୁଡିକୁ ପରିଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.