ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ : ୟୁକ୍ରେନ୍‌ର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ, ଲୋକେ ଶବ ବି ଉଠାଇ ପାରୁନାହାନ୍ତି

କିଭ୍‌ : ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଅକାରଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଖାରକିଭ୍‌ ଓ କିଭ୍‌ ସହରରେ ତୁହାକୁ ତୁହା ବୋମାମାଡ଼ ଓ ମିଶାଇଲ ମାଡ଼ରେ ଧୂଆଁଳିୟା ପରିସ୍ଥିତ ଦେଖିବାକୁ ମିଳିଛି । ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, ୟୁନିଭରର୍ସିଟି, ତୈଳ ଡ଼ିପୋ, ଗ୍ୟାସ ପାଇପ, ପାନୀୟ ଜଳ ପାଇପ, ସୈନ୍ୟ ଶିବିର ଆଦି ସ୍ଥାନରେ ପ୍ରଚଣ୍ଡ ବୋମା ଓ ମିଶାଇଲ ମାଡ଼ କରି ରୁଷ୍‌ ତାଣ୍ଡବ ଲୀଳା ରଚିଛି । ଏତିକି ବେଳେ ୟୁକ୍ରେନ୍‌ ସେନା ମଧ୍ୟ ଆକ୍ରମତ ଜବାବ ଦେଇଥିବା କହିଛି । ଅନ୍ୟପକ୍ଷରେ ବେଲାରୁଷ୍‌ର ସୈନ୍ୟ ବାହିନୀ ମଧ୍ୟ ୟୁକ୍ରେନ୍‌କୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ପାଇଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍‌ ସେନା ଆହୁରି ଦାବୀ କରିଛି ଯେ ଯୁଦ୍ଧରେ ୯ ହଜାର ରୁଷ୍‌ର ସୈନିକ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.