csstore

ଭଦ୍ରତା, ସହଯୋଗିତା ଓ ନମ୍ରତା ହେମାନନ୍ଦ ବିଶ୍ୱାଳଙ୍କ ଭୂଷଣ ଥିଲା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଥିଲେ ଭଦ୍ରତା, ନମ୍ରତା ଓ ସହଯୋଗିତାର ଜଣେ ଉତ୍ତମ ଉଦାହରଣ । ଆଜି ସ୍ଥାନୀୟ ସୋଖିନ କଳାକାର ସଂଘ ଠାରେ ହରଦିପ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ନାଗରିକ ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତା ସ୍ୱର୍ଗତ ବିଶ୍ୱାଳଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଦରଦୀ ନେତା ଭାବେ ଅଭିହିତ କରିବା ସହ ସେ ଓଡ଼ିଶା ରାଜନୀତିରେ ଜଣେ ଯୁଗ ପୁରୁଷ ଥିଲେ ବୋଲି କହିଥିଲେ । ଅତି ସାଧାରଣ ପରିବାରରୁ ବହୁ ତଳ ସ୍ତରରୁ ରାଜନୀତି ଆରମ୍ଭ କରି ରାଜ୍ୟର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ଓଡ଼ିଶା ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀ ମାନଙ୍କୁ ଆପଣେଇ ନେଇଥିଲେ ଏବଂ ସମସ୍ତଙ୍କ ଆଦୃତି ଲାଭ କରିଥିଲେ । ତାଙ୍କ ଭଳି ଜଣେ ଆକର୍ଷଣୀୟ ରାଜନୈତିକ ବ୍ୟକ୍ତିତ୍ଵଙ୍କୁ ଅନୁସରଣ କଲେ ଆଜି ଭଳିଆ ଦିଗହୀନ ରାଜନୀତିର ଦିଗ ପରିବର୍ତ୍ତନ କରିବାରେ ସଫଳ ହୋଇପାରିବ ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ଆଜିର ଏହି ଶ୍ରଦ୍ଧାଞ୍ଜଳି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ରିପୁନଥ ସେଟ, ପୂର୍ବତନ ବିଧାୟକ ବାଳ ଗୋପାଲ ମିଶ୍ର, ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ନେତା ପ୍ରଦୀପ ଦେବତା ପ୍ରମୁଖ ମଞ୍ଚାସୀନ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିପନ ଦାଶ, ଯୁଗଳ ପ୍ରସାଦ ସିଂ, ବରିଷ୍ଠ ଓକିଲ ଶିରିଶ ବଲ୍ଲଭ ମିଶ୍ର, ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଅଶୋକ ଦାଶ, ଦଧିବାମନ ଶତପଥୀ, ବିଜେଡି ନେତା କିଶୋର ମିଶ୍ର, ପୂର୍ଣ୍ଣ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.