ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ବ୍ଲକର ଫଳାଫଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ୨୭ଟି ପଞ୍ଚାୟତରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂପୂର୍ଣ୍ଣ ଫଳାଫଳ ଘୋଷିତ ହୋଇଯାଇଛି । ଚଳିତ ନିର୍ବାଚନର ରଣାଙ୍ଗନରେ ୧୪୧ ଜଣ ସରପଞ୍ଚ ପ୍ରାର୍ଥୀ/ପ୍ରାର୍ଥିନୀ ରହିଥିଲେ । ଏଥିରେ କଟାପାଲି ପଞ୍ଚାୟତରୁ ରମେଶ ସାହୁ ୯୧୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହିପରି ଗୁଡେଶିରା ପଞ୍ଚାୟତରୁ କୁନ୍ତଳା ପାଣ୍ଡେ ୧୭୦୭ ଭୋଟରେ, ଦେଓଗାଁରୁ ଅହଲ୍ୟା ପ୍ରଧାନ ୧୪୪୨ ଭୋଟରେ, ପଥର୍ଲାରୁ ପ୍ରେମଲତା ସାହୁ ୧୪୯୧ ଭୋଟରେ, ବରଗାଁରୁ କେଶବ ସେଠ୍ ୧୯୭୨ ଭୋଟରେ, ବରଡୋଲରୁ ଦୀପାଞ୍ଜଳି କୁମ୍ଭାର ୧୭୬୬ ଭୋଟରେ, ବୀରମାଲରୁ ସୁଷମା ଆଚାର୍ଯ୍ୟ ୧୬୪୧ ଭୋଟରେ, ଚକରକେନ୍‌ରୁ ଅନୀଡା ରଥ ୩୩୪୫ ଭୋଟରେ, ଖୁଣ୍ଟପାଲିରୁ ବେଲାର ସେନ ମେହେର ୯୬୦ ଭୋଟରେ, ନିଲେଶ୍ୱରରୁ ନିରଞ୍ଜନ ମଲ୍ଲିକ ୨୧୪୨ ଭୋଟରେ, ଏସ୍‌ ଡୁମ୍ବରପାଲି ପଞ୍ଚାୟତରୁ ଯୋଗେଶ୍ୱର ସାହୁ ୧୨୬୫ ଭୋଟରେ ନିର୍ବାଚିତ ହୋଇଛନ୍ତି । ସରସରା ପଞ୍ଚାୟତରୁ ସୁନୀତା ଭୋଇ ୧୩୫୦ ଭୋଟରେ, ବରହାଗୋଡାରୁ ସୁକାନ୍ତି ନାଏକ ୧୪୩୪ ଭୋଟରେ, ଜମୁର୍ଡା ପଦ୍ମଲୋଚନ ପ୍ରଧାନ ୨୨୭୨ ଭୋଟରେ, ଖଲିଆପାଲି ସସ୍ମିତା ସୁନା ୧୨୮୯ ଭୋଟରେ, ଜନ ଜାମପାଲି ସଞ୍ଜୁ ରାଏ ୧୨୦୦ ଭୋଟରେ, ବୋନ୍ଦା କିରନ ପ୍ରଧାନ ୬୪୭ ଭୋଟରେ, ତୋରାରୁ ଦେବରାଜ ସାହୁ ୨୭୩୫ ଭୋଟରେ, ଅଡଗାରୁ ନୀଳାଦ୍ରି ପ୍ରଧାନ ୨୪୯୮ ଭୋଟରେ, କଲାପାନିରୁ ଖୁଲନା ପ୍ରଧାନ ୧୩୬୧ ଭୋଟରେ, ଧାଙ୍ଗେରରୁ ଋତୁରାଜ ବାଗ ୨୦୧୫ ଭୋଟରେ, ଗାଇସୀମାରୁ ଧିରେନ୍ଦ୍ର ମହାପାତ୍ର ୧୪୩୬ ଭୋଟରେ, ଖଣ୍ଡହତାରୁ ଚିତ୍ରସେନ ସାହୁ ୨୩୩୭ ଭୋଟରେ, ତାଲଶ୍ରୀଗିଡାରୁ ରିକନ ସାହୁ ୧୨୫୧ ଭୋଟରେ, କୁରୁଆରୁ ପୁଷ୍ପାଞ୍ଜଳି କଲତା ୧୭୪୩ ଭୋଟରେ, ତୁମଗା ପଞ୍ଚାୟତରୁ ବବିତା ପଧାନ ୧୭୦୯ ଭୋଟରେ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.