ବାବା ଲୋକନାଥ ଦେବଙ୍କ ପୀଠରେ ଜାଗର ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବାବା ଲୋକନାଥ ଦେବଙ୍କ ପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଲୋକନାଥଙ୍କ ମନ୍ଦିରରେ ରାତ୍ର ପ୍ରାୟ ୨ଟାରେ ସମ୍ପନ୍ନ ହେବ ହରିହର ଭେଟ ନୀତି । ରାତି ୩ଟାରେ ମନ୍ଦିର ଚୂଡ଼ାରେ ଉଠିବ ମହାଦୀପ । ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବାରିକେଡ୍‌ ହୋଇଛି । ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ବ୍ୟବସ୍ଥାବଳୀ ସେବକ ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ୱୟ ରହି ଅନୁଷ୍ଠିତ ହେବ ।

Leave A Reply

Your email address will not be published.