ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଲେ ନୂତନ ସରପଞ୍ଚ ଆରତୀ ନାୟକ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଛନ୍ତି ନୂତନ ସରପଞ୍ଚ ଆରତୀ ନାୟକ । ଆଶୀର୍ବାଦ ମାଗିବା ସମୟରେ ସେ କହିଛନ୍ତି ଯେ, ଯୋରନ୍ଦା ପଞ୍ଚାୟତବାସୀଙ୍କ ଆନ୍ତରିକ ସହଯୋଗ କାରଣରୁ ଆଜି ସରପଞ୍ଚ ଭାବେ ନିର୍ବାଚିତ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ସମସ୍ତ ଗୁରୁଜନ ଓ ଭାଇ ଭଉଣୀମାନଙ୍କୁ ମୋର ସପ୍ରେମ କୃତଜ୍ଞତା ଜଣାଇବା ସହିତ ନିର୍ବାଚନ ଇସ୍ତାହାରରେ ନେଇଥିବା ସଂକଳ୍ପ ପୂର୍ଣ୍ଣ କରିବା ନିମନ୍ତେ ଆପଣମାନଙ୍କ ସହଯୋଗ କାମନା କରୁଛି । ଆପଣମାନଙ୍କ ନୂତନ ନିର୍ବାଚିତ ସରପଞ୍ଚ, ଶ୍ରୀମତୀ ଆରତୀ ନାୟକ ।

Leave A Reply

Your email address will not be published.