ସଇଁତଲା ବ୍ଲକ ୩୦ ନଂ. ଜୋନରେ ଭୋଟ ଗଣତି ଆରମ୍ଭ : ଜିଲ୍ଲା ପରିଷଦରେ ବିଜେଡ଼ି ଆଗୁଆ, ସାମ୍ବାଦିକମାନଙ୍କୁ ଅଣଦେଖା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଆଜି ସଇଁତଲା କଲେଜ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିରେ ଟିକ୍ରାପଡା, ଜୁରାବନ୍ଧ, ଝିଙ୍କିଡୁଙ୍ଗୁରି, କରମତଲା, ଧରପଗଡ, ଗଣ୍ତପତ୍ରାପାଲି ଓ କୁଇକେଡା ପଞ୍ଚାୟତକୁ ନେଇ ଗଠିତ । ଆସନ୍ତା ୨୭ ତାରିଖ ଦିନ ୩୧ ନଂ. ଓ ୨୮ରେ ୩୨ ନମ୍ବର ଜୋନର ଭୋଟ ଗଣତି କରାଯିବ ଓ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି ଆରମ୍ଭ ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏହାର ପ୍ରଥମ ରାଉଣ୍ଡରେ ଜିଲ୍ଲା ପରିଷଦ ୪୦୫ ଭୋଟରେ ବିଜେଡ଼ି ଆଗୁଆ ରହିଛି । ଏହାର ଭୋଟ ଗଣତି କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନରେ ଆସି ତଦାରଖ କରି ଫେରିଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ କିମ୍ବା ସବୁ କ୍ଷେତ୍ରରେ ଅଣଦେଖା କରାଯାଉଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.