ଅଧ୍ୟାପକ ଡ. ଶୁଭ୍ରାଂଶୁ ପଟ୍ଟନାୟକଙ୍କ ରଚିତ ପୁସ୍ତକ ”ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଭବନରେ ଅଧ୍ୟାପକ ଡ. ଶୁଭ୍ରାଂଶୁ ପଟ୍ଟନାୟକଙ୍କ ରଚିତ ପୁସ୍ତକ ”ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା (୧୯୦୦-୫୬)” ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକରେ ଓଡ଼ିଶାର ବୀର ଏବଂ ଓଡ଼ିଶାର ଆର୍ଥିକ, ଶିକ୍ଷା, ସଂସ୍କାର ବିଷୟରେ ଆଲୋକପାତ କରାଯାଇଛି । ଏହି ଅବସରରେ ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଳ ଟାଇମ୍‌’ର ସଂପାଦକ ସଞ୍ଜୀବ ମହାପାତ୍ର ଓ ଅଧ୍ୟାପିକା ଅନୁସ୍ମିତା ରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.