ନବୋଦୟ ବିଦ୍ୟାଳୟରେ ବ୍ୟାପିଲା କରୋନା, ୧୫ ସଂକ୍ରମିତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋଶାଳା ସ୍ଥିତ ନବୋଦୟ ବିଦ୍ୟାଳୟରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ୧୫ ସଂକ୍ରମିତଙ୍କ ମଧ୍ୟରେ ୫ ଜଣ ଛାତ୍ରୀ, ୭ ଜଣ ଛାତ୍ର ଏବଂ ୩ ଜଣ କର୍ମଚାରୀ ରହିଛନ୍ତି । ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର କରୋନା ଲକ୍ଷଣ ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରିଥିଲେ । ସଂକ୍ରମିତ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ଘରକୁ ନେଇଯାଇଥିବା ବେଳେ ୨ ଜଣ ଛାତ୍ରୀ ବିଦ୍ୟାଳୟ ଛାତ୍ରୀ ନିବାସରେ ସଂଗରୋଧରେ ଅଛନ୍ତି ।

Leave A Reply

Your email address will not be published.