ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକରାପଡା ଗାଁ ବରଗଛ ଛକରୁ ଗାଁ ବସ୍ତି ଭିତରକୁ ଯିବାକୁ ତିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବା ଅଭିଯୋଗ ହେଉଛି । କଂକ୍ରିଟ୍ ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଗେଠି ପଥର ସବୁ ଉପୁଡିଯାଇ ସବୁ କଦର୍ଯ୍ୟ ହୋଇପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏନେଇ ଗାଁର ଭଦ୍ର ବ୍ୟକ୍ତିମାନେ ପ୍ରଶ୍ନ କରିଛନ୍ତି ଯେ, ଆମ ଟିକରାପଡା ବରଗଛ ଛକରୁ ଗାଁ ବସ୍ତି ଭିତରକୁ ଯିବାକୁ କେବେ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ । କୋଶଳ ପ୍ରବାହରେ ଖବର ପ୍ରସାରଣ ହେବା ପରେ କିଛି ଦୂର ରାସ୍ତା ନିର୍ମାଣ ହେବା ପରେ ଆମ ବସ୍ତି ଭିତରାକୁ ବେବେ ରାସ୍ତା ନିର୍ମାଣ ହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏଥିପ୍ରତି ବ୍ଲକ୍ ପ୍ରଶାସନ ତୁରନ୍ତ ଦୃଷ୍ଟି ଗୋଚର କରି ଗ୍ରାମବାସୀଙ୍କ ସମସ୍ୟା ଉପରେ ଦୃଷ୍ଟି ଗୋଚର କରାଯାଉ ବୋଲି ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.