oom

୩୦୦ ବୋତଲ କଫ ସିରଫ ଓ ୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

jsmm

ଖୋର୍ଦ୍ଧା : ଖୋର୍ଦ୍ଧା ପୁବୁସାହି ଗ୍ରାମରେ ଅବକାରୀ ପୋଲିସ ଚଢ଼ାଉ କରି ୩୦୦ ବୋତଲ କଫ ସିରଫ ସହ ୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଗଣେଶ କୁମାର ପାତ୍ରଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ବନ୍ଦ ଲାଗି ଅବକାରୀ କମିଶନରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ତଦ୍‌ନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁବୁସାହିରେ ଅଭିଯୁକ୍ତ ଗଣେଶ ନିଶା କାରବାର କରୁଥିବା ଖବରପାଇ ଅବକାରୀ ବିଭାଗର ଏକ ଟିମ୍‌ ସକାଳ ସମୟରେ ଉକ୍ତ ଗ୍ରାମରେ ଚଢାଉ କରି ତାଙ୍କୁ କାବୁ କରିଥିବା ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଝାସ କେତନ ବରିହା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.