jayashree

ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : କଳଙ୍କି ଗ୍ରାମ ପଞ୍ଚାୟତରେ ନିର୍ବାଚନ ଲାଗି ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଦିନ ଗୋଟାଏ ପରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ୯ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ଭାଇ ଚଗଲା ପଣ୍ଡା ଓ ତାଙ୍କ ସମର୍ଥକମାନେ ଭୋଟରମାନଙ୍କୁ ବୁଥ ଭିତରେ ପଶି ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଥିବାର ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାର ସତ୍ୟାସତ୍ୟ ଲାଗି ରେକର୍ଡିଙ୍ଗ କରୁଥିବା ସମୟରେ ଚଗଲା ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଫୋନକୁ ନେଇ ଯିବା ସହ ଧମକ ଦେଇଥିଲେ ଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପରଜଙ୍ଗ ଆଇଆଇସିଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି । ଦେଖିବାକୁ ବାକି ରହିଲା ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ।

Leave A Reply

Your email address will not be published.