oom

ମା’ ସାତଭଉଣୀ ମହୋତ୍ସବ ସଂପନ୍ନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ମା’ ସାତଭଉଣୀ ପୀଠଠାରେ ମା’ ସାତଭଉଣୀ ମହୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରଥମ ଦିନ ଅଙ୍କୁରୋପଣ, ଅଧିବାସ ହୋଇଥିବା ବେଳେ ଦ୍ବିତୀୟ ଦିନରେ କଳସ ଯାତ୍ରା ଏବଂ ତୃତୀୟ ଦିନରେ ଗୋ ପୂଜା, ଆହୁତି ଓ ମା’ଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଫେସର ବୀରବର ଜେନାଙ୍କ ସଂଯୋଜନାରେ ଭୁବନେଶ୍ୱରର ରାଜଧାନୀ ସଂଗୀତ ସଂନ୍ଧ୍ୟା ଦ୍ୱରା ଭଜନ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ପୂଜ୍ୟପୂଜା ଅନୁଯାୟୀ ଦୁଇଜଣ କଣ୍ଠଶିଳ୍ପୀ ସରୋଜ ଜେନା ଓ ସସ୍ମିତା ଦାସଙ୍କୁ ମା’ ସାତଭଉଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦର୍ଶକଙ୍କ ଅନୁରୋଧ କ୍ରମେ ଲୋକପ୍ରିୟ ଭଜନ ‘ତୁ ମା’ ସାତଭଉଣୀ ସାତଯୋଗିନୀ ଓ ତୁ ମା’ କରୁଣାମୟୀ’କୁ ସମ୍ବର୍ଦ୍ଧିତ କଣ୍ଠଶିଳ୍ପୀ ଦ୍ୱୟ ଗାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପ୍ରଫେସର ବସନ୍ତ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅର୍ଜୁନ ଚାରଣ ଦାସ, ସୁରେନ୍ଦ୍ର ଦାସ, ବଳରାମ ବେହେରା, ହେମନ୍ତ ଦାସ, ନିଧିରାମ ମଲ୍ଲିକ, ମଙ୍ଗୁଳି ଦାସ, ମଙ୍ଗୁଳି ମଲ୍ଲିକ, ପ୍ରଦୀପ ମଲ୍ଲିକ, କାଳିଆ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.