ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ୬୪.୦୪ ପ୍ରତିଶତଙ୍କ ମତଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୂଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀମାନଙ୍କୁ ନିଜର ଦାୟିତ୍ୱ ସଠିକ୍ ରୂପେ ସଂପାଦନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋରଡା ବ୍ଲକ୍ ଅଞ୍ଚଳର ୩୩୮ ଗୋଟି ପୋଲିଂ ଷ୍ଟେସନର ୧୦୯୦୦୨ ଭୋଟରଙ୍କ ମଧ୍ୟରୁ ୬୨.୦୦ ପ୍ରତିଶତ ଭୋଟଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଠିକ୍ ସେହିଭଳି ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୪୦୦ ଗୋଟି ପୋଲିଂ ଷ୍ଟେସନ୍‌ରେ ୧୪୦୫୨୮ ଭୋଟରଙ୍କ ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟର ଭୋଟ୍ ଦେଇଛନ୍ତି । ସାନଖେମୁଣ୍ଡି ବ୍ଲକ୍‌ର ୩୬୭ ପୋଲିଂ ଷ୍ଟେସନରେ ୧୩୭୨୩୯ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତ ଭୋଟର ଭୋଟ୍ ଦେଇଛନ୍ତି । ଚିକିଟି ବ୍ଲକ୍‌ର ୨୪୬ ଗୋଟି ପୋଲିଂ ଷ୍ଟେସନରେ ୯୨୯୩୭ ଭୋଟର ମଧ୍ୟରୁ ୬୫.୩୬ ପ୍ରତିଶତ ଭୋଟର ସେମାନଙ୍କ ମତ ପ୍ରଦାନ କରିଛନ୍ତି । ଠିକ୍ ସେହିଭଳି ବୁଗୁଡା ବ୍ଲକ୍‌ର ୨୮୭ ଗୋଟି ପୋଲିଂ ଷ୍ଟେସନରେ ୯୮୩୮୦ ଭୋଟର ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟର ସେମାନଙ୍କ ବହୁମୂଲ୍ୟ ମତଦାନ କରିଛନ୍ତି । ସର୍ବୋପରି ଜିଲ୍ଲାର ୫ ଗୋଟି ବ୍ଲକ୍‌ରେ ସମୁଦାୟ ୫୭୮୦୮୬ ଭୋଟରଙ୍କ ମଧ୍ୟରୁ ୬୪.୦୪ ପ୍ରତିଶତ ଭୋଟ ଗ୍ରହଣ ହୋଇଅଛି ।

Leave A Reply

Your email address will not be published.