csstore

ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଛି। ତେବେ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସେବା ଆରମ୍ଭ ହେବାକୁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ସୂଚନା ଦେଇଛନ୍ତି । ତେବେ ଏଯାଏଁ ଉକ୍ତ କୋଠା ପାଇଁ ଅଗ୍ନିଶମ ବିଭାଗ ଅନୁମତି ମିଳି ନାହିଁ । ଗୁରୁତର ରୋଗୀ ପୂର୍ବ ଭଳି ସମ୍ବଲପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେବେ । ଏଠାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଉଚିତ୍ ଚିକିତ୍ସା ସେବା ନେଇ ସଂଶୟ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.