jayashree

ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ : ଅଣନିଃଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ, ୪ ହସ୍ପିଟାଲ୍‌ରେ ଭର୍ତ୍ତି

କୋଲ୍‌କାତା : ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ରେ ଆଜି ଦ୍ୱିପହର ବେଳେ ଗ୍ୟାସ୍‌ ଲିକ୍‌ ହେବା ଦେଖିବାକୁ ମିଳିଛି । ଘଟଣାରେ ଅଣନିଃଶ୍ୱାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଘଟଣା ପଶ୍ଚିମୀ ଦୁର୍ଗାପୁର ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟରେ ଘଟିଛି । ଶ୍ରମିକନେତା ଶେଖ୍‌ ସାହାବୁଦ୍ଦିନ୍‌ କହିଛନ୍ତି ଯେ, କାର୍ବନ ମନୋଅକ୍‌ସାଇଡ୍‌ ଗ୍ୟାସ୍‌ ଲିକ୍‌ କାରଣରୁ ଶ୍ରମିକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।

Leave A Reply

Your email address will not be published.