oom

ପ୍ରେମ

jsmm
  • ବବିତା ମହାପାତ୍ର

ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା’ କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ’ ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !!

ଅୟସୀ, ପୁଅର ପ୍ରେମିକାରୁ ପତ୍ନୀ ହେବାକୁ ଥିବା ଝିଅଟି ବିବାହକୁ ନା କରିବାର କାରଣ କ’ଣ ବୋଲି ପଚାରିବାକୁ ମନସ୍ଥ କରି କଲ କଲେ ମିନର୍ଭା । ଯଥାମାନ୍ୟ ଦେଇ ଅୟସୀ ନମ୍ରତାର ସହ ମନା କରିଥିବା କଥା ସ୍ୱୀକାର କଲା । କାରଣ କ’ଣ ଜାଣିବାକୁ ଚାହିଁବାରେ ଅୟସୀ କହିଲା, କେବେ ଗୋଟେ ଆପଣ ମୋ ବିଷୟରେ କିଛି ଜାଣିବାକୁ ପ୍ରଣୟଙ୍କୁ ପଚାରିଥିଲେ । ପ୍ରଣୟ ଉତ୍ତର ନଦେଇ ଆପଣ ଏ ବିଷୟରେ ଆଗ୍ରହ ଦେଖେଇବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ଆଣ୍ଟି …. ପ୍ରଣୟ ବହୁତ ସମୟରେ ମତେ ଏମିତି ଅନେକ କଥା କୁହନ୍ତି ଏବଂ ଆପଣ ଏସବୁ କଥାରେ କଷ୍ଟ ପାଆନ୍ତି ନାହିଁ ବୋଲି ବି କୁହନ୍ତି । ସତରେ କଣ ଆପଣ କଷ୍ଟ ପାଆନ୍ତି ନାହିଁ ? ମୁଁ ଶୁଣିଲେ କିନ୍ତୁ କଷ୍ଟ ପାଏ । ଯେଉଁ ପିଲାଟି ଜନ୍ମ କଲା ମାଆଙ୍କୁ କଥାରେ ଚିରି ପକାଏ, ସେ କଣ ପର ଝିଅକୁ କେବେ ପ୍ରେମ କରିପାରେ ?? ମୁଁ ସାରା ଜୀବନ କଷ୍ଟରେ ରହିବାକୁ ଚାହେଁନି ଆଣ୍ଟି, କ୍ଷମା କରିବେ ।”

ଝର ଝର କାନ୍ଦି ପକେଇଲେ ମିନର୍ଭା ।

jittmm
Leave A Reply

Your email address will not be published.