pakka

ମହିଳା ଜୋର୍‌ ଜବର୍‌ଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ, ବିରକ୍ତ ହୋଇ ଯୁବକ ହତ୍ୟା କଲା ମହିଳାଙ୍କୁ

bbehera

ରାୟପୁର : ମହିଳା ଓ ପୁରୁଷଙ୍କ ସମ୍ପର୍କ ଜୋର୍‌ ଜବର୍‌ଦସ୍ତ ନହେବା ଉଚିତ୍‌, ନହେଲେ ଏହି ସମ୍ପର୍କର ଅନ୍ତ ମୃତ୍ୟୁ ବି ହୋଇପାରେ । ଏମିତି ଏକ ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରର ଆରଙ୍ଗ ଅଂଚଳରେ ଘଟିଥିବା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ମହିଳାଙ୍କ ତରଫରୁ ବାରମ୍ବାର ଶାରୀରିକ ସମ୍ପର୍କ ପାଇଁ ଚାପ ପ୍ରୟୋଗରେ ବିରକ୍ତ ହୋଇ ମହିଳାଙ୍କୁ ହତ୍ୟା କରିଛି ।

ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶୈଳେନ୍ଦ୍ର ଧୀବର ନାମକ ଜଣେ ଯୁବକ ରାୟପୁରର ମନ୍ଦିର ହସୋଦ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ମା’ ଭଗବନ୍ତୀନ ଧୀବରଙ୍କୁ ଗତ ୮ ତାରିଖ ଦିନ ସନ୍ଧ୍ୟାରେ ଆରଙ୍ଗ ଯିବା ପାଇଁ ଛାଡ଼ିଥିଲେ । କିନ୍ତୁ ତାଙ୍କ ମା’ ଆରଙ୍ଗ ପହଞ୍ଚି ନଥିଲେ । ପରଦିନ ଶୈଳେନ୍ଦ୍ରଙ୍କୁ ସୂଚନା ମିଳିଲା ଯେ, ନିକଟସ୍ଥ ଖୁଟେରୀ ଜଙ୍ଗଲରେ ତାଙ୍କ ମା’ଙ୍କ ଶବ ପଡ଼ିଛି । ମୃତ ମହିଳାଙ୍କ ବେକରେ ଲାଲ ରଙ୍ଗର ସ୍କାର୍ପ କପଡ଼ା ଭିଡ଼ି ଦିଆଯାଇଛି । ମନ୍ଦିର ହସୋଦ ପୋଲିସ ପକ୍ଷରୁ ମୃତ ମହିଳାଙ୍କ ଶବ ଜବତ କରାଯାଇ ମାମଲା ଦର୍ଜ କରାଯାଇଥିଲା ଓ ତନାଘନା ତଦନ୍ତ ଆରମ୍ଭ ହୋଇଯାଇଥିଲା । ଶେଷରେ ଅଭିଯୁକ୍ତ ସନ୍ତୁରାମ ଧୀବର ପୋଲିସ ହାତରେ ଧରାପଡ଼ିଥିଲା ଓ ଦୋଷ ସ୍ୱୀକାର କରିଥିଲା ।

ପଚରାଉଚୁରା ବେଳେ ସନ୍ତୁରାମ ଧୀବର କହିଛି ଯେ, ଭଗବନ୍ତୀନ ଧୀବର ତାକୁ ଫସାଇବାର ଧମକ ଦେଇ ଲଗାତାର ଭାବେ ବ୍ଲାକ୍‌ମେଲ୍‌ କରୁଥିଲା ଏବଂ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା । ଏଥିରେ ବିରକ୍ତ ହୋଇ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସନ୍ତୁରାମ ପୋଲିସକୁ କହିଛି ।

Leave A Reply

Your email address will not be published.

three × one =